୪ ଦିନର ରେଡ୍‌ ପରେ ନଗଦ ୧.୩୬ କୋଟି ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।

୪ ଦିନ୍‌ ରେଡ୍‌ ପରେ ନଗଦ ୧.୩୬ କୋଟି ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।

ଭିଜିଲାନ୍ସ ଇତିହାସରେ ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ନଗଦ ଟଙ୍କା ଠାବ କରାଯାଇଛି । ଚତୁର୍ଥ ଦିନ ରେଡ୍ ବେଳେ ଘରୁ ନଗଦ ୧ କୋଟି ୧୫ ଲକ୍ଷ ଟଙ୍କା ମଳିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚାରି ଦିନ ହେଲା ଚଢଉ ଚାଲିଛି ।

ସେହିପରି ପ୍ରଥମ ଦିନ ତାଙ୍କ ଘରୁ ୨୧ ଲକ୍ଷ ୭୫ ହଜାର ଟଙ୍କା ନଗଦ ମିଳିଥିଲା । ଆଶିଷଙ୍କ ଘରୁ ୧.୨ କେଜି ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ଆଶିଷଙ୍କ ୧୨ଟି ବ୍ୟାଙ୍କ ଆକାଉଣ୍ଟ ସହ ୪ କୋଟିର ଜମା, ବୀମା ଠାବ କରାଯାଇଛି ।