Advertisment

ହତାଶ ହୋଇପଡ଼ୁଛନ୍ତି କି ତପସ୍ୱିନୀ ? କାନ୍ଦି କାନ୍ଦି କହିଲେ- ‘ମୋତେ କଷ୍ଟ ହେଉଛି, ମୁଁ ଆଉ ପାରୁନି’

ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।

Sumit-Tapaswini Marital Discord

Sumit-Tapaswini Marital Discord

Advertisment

ବ୍ରହ୍ମପୁର: ମାସେରୁ ଅଧିକ ଦିନ ହେବ ଡାକ୍ତର ସୁମିତ୍‌ ସାହୁ- ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନି। ସ୍ୱାମୀ ସୁମିତ୍‌, ତପସ୍ୱିନୀଙ୍କୁ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ପାଇଁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ପ୍ରଥମେ ଶ୍ୱଶୁର ଘର ବାହାରେ ଟେଣ୍ଟ୍‌ ବାନ୍ଧି ଧାରଣା ଦେଇଥିବା ତପସ୍ୱିନୀ ଏବେ ଶ୍ୱଶୁର ଘର ବାରଣ୍ଡାରେ ରହୁଛନ୍ତି। ହେଲେ ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି। 

Advertisment

ପ୍ରଥମେ ପ୍ରଥମେ ଏହି ଘଟଣାକୁ ନେଇ ତପସ୍ୱିନୀଙ୍କୁ ସାଧାରଣଲୋକଙ୍କ ବିପୁଳ ସମର୍ଥନ ମିଳିଥିଲା। ହେଲେ ତପସ୍ୱିନୀଙ୍କୁ ନେଇ ସୁମିତ୍‌ଙ୍କ କିଛି ଭିଡିଓ ଓ ଅଡିଓ ଭାଇରାଲ୍‌ ଓ ଶ୍ୱଶୁରଙ୍କ ଅଭିଯୋଗ ଆସିବା ପରେ କିଛି ଲୋକ ଏବେ ତପସ୍ୱିନୀଙ୍କୁ ବିରୋଧ କରିବା ମଧ୍ୟ ଆରମ୍ଭ କରି ଦେଲେଣି। ପୂର୍ବଭଳି ତାଙ୍କୁ ସାଧାରଣଲୋକଙ୍କ ସମର୍ଥନ ସେତେଟା ମିଳୁ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସୁମିତ- ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଜୋର ଧରୁଥିଲା, ତାହା ମଧ୍ୟ ଏତେଟା ଆଉ ନାହିଁ। ଏସବୁ ସତ୍ତ୍ୱେ ମଧ୍ୟ ହାର୍‌ ମାନି ନାହାନ୍ତି ତପସ୍ୱିନୀ। ସ୍ୱାମୀଙ୍କୁ ପାଇବା ପାଇଁ ଓ ଶ୍ୱଶୁର ଘରେ ପ୍ରବେଶ ପାଇଁ ସେ ତାଙ୍କର ଲଢ଼େଇ ଜାରି ରଖିଛନ୍ତି।

ଏବେ ପୁଣି ଏକ ଭିଡିଓ ଜାରି କରି ସ୍ୱାମୀଙ୍କ ନିକଟତର ହେବାକୁ ତପସ୍ୱିନୀ ଚେଷ୍ଟା କରିଛନ୍ତି। ସୋସିଆଲ ମିଡିଆରେ ବର୍ତ୍ତମାନ ତପସ୍ୱିନୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତପସ୍ୱିନୀ ମନର ବେଦନାକୁ ପ୍ରକାଶ କରି ସ୍ୱାମୀ ସୁମିତ୍‌ଙ୍କ ଫେରିବା ବାଟକୁ ଚାହିଁ ରହିଥିବା କହିଛନ୍ତି। ଏହାସହ ସୁମିତ୍‌ଙ୍କୁ ଫେରି ଆସିବାକୁ ନିବେଦନ ମଧ୍ୟ କରିଛନ୍ତି। 

Advertisment

କାନ୍ଦି କାନ୍ଦି ତପସ୍ୱିନୀ କହିଛନ୍ତି, ‘କାହାକୁ ମୋର କାନ୍ଦ ଆକ୍ଟିଂ ଭଳି ଲାଗୁଛି ତ ଆଉ କାହାକୁ ସତ ଲାଗୁଛି। ହେଲେ ମୁଁ ଜାଣିଛି ଆଜ୍ଞା ମୋତେ କେତେ କଷ୍ଟ ହେଉଛି। ଯେଉଁମାନେ ଭାବୁଛନ୍ତି ପଇସା ପାଇଁ ମୁଁ ଏସବୁ କରୁଛି, ସେସବୁ ଭୁଲ୍‌। ମୁଁ ପଇସା ପାଇଁ ଏସବୁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତ୍‌ଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ କରୁଛି, ମୋତେ କି ସୁମିତ୍‌ଙ୍କୁ ଖରାପ କୁହନ୍ତୁ ନାହିଁ।’

ତପସ୍ୱିନୀ ଆହୁରି କହିଛନ୍ତି, ‘ଆଜି ସମସ୍ତେ ଚାହୁଁଛନ୍ତି ମୋତେ ଏହି ବାରଣ୍ଡାରୁ ଉଠାଇବା ପାଇଁ। ଏଥିପାଇଁ କେତେ କ’ଣ ପ୍ଲାନ୍‌ କରୁଛନ୍ତି। କିଏ ମାରିବା ଧମକ ଦେଉଛି ତ ଆଉ କିଏ ମୋ ନାଁରେ କାସ୍‌ ଦେଉଛି। ଦୟାକରି ମୋ ବିଷୟରେ ଭାବନ୍ତୁ। ମୁଁ ସୁମିତ୍‌ଙ୍କୁ ବହୁତ ଭଲ ପାଏ। ତାଙ୍କୁ ମୁଁ ବରବାଦ୍‌ କରିବାକୁ ଚାହେଁନି।ଶ୍ୱଶୁରଙ୍କୁ କହୁଛି, ବାପା ଦୟାକର, ଯଦି ବି କିଛି ଭୁଲ୍‌ କରିଛି ତା‘ହେଲେ ଛୋଟ ଝିଅ ଭାବି କ୍ଷମା କରି ଦିଅନ୍ତୁ। ମୋତେ ମୋ ସୁମିତ୍‌ଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ଏ ଲଢେଇ କେବଳ ମୁଁ ସୁମିତ୍‌ଙ୍କ ପାଇଁ କରୁଛି, ଆଉ କାହା ପାଇ ନୁହେଁ। ବଞ୍ଚି ଥାଉ ଥାଉ ମୋତେ ଗ୍ରହଣ କରି ନିଅନ୍ତୁ।’

Advertisment
Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ