Advertisment

୧୬୩ ବର୍ଷର ଏହି ବୌଦ୍ଧ ଭିକ୍ଷୁଙ୍କ ଭିଡିଓ ଖୁବ୍ ଭାଇରାଲ୍, ଲୋକେ କହୁଛନ୍ତି ଜୀଅନ୍ତା ମମି !

କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?

ଅଦ୍ୟତନ ହୋଇଛି
Video Of Centenarian Man Storms Internet

Video Of Centenarian Man Storms Internet

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁନିଆର ଅନେକ ଅଦ୍ଭୁତ ଖବର ଦେଖିବାକୁ ମିଳିଥାଏ। କିଛି ଖବର ଉପରେ ବିଶ୍ୱାସ ତ କରାଯାଇପାରେ, କିନ୍ତୁ କିଛି ଅବିଶ୍ୱସନୀୟ ରହିଥାଏ। ସେହିପରି ଏକ କ୍ଲିପ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ୟୁଜର୍ସ ଚକିତ ହୋଇ ଯାଇଛନ୍ତି।

Advertisment

ଭିଡିଓଟିକୁ ଅନୁମାନ କରିବା ୟୁଜର୍ସ ପକ୍ଷେ କଷ୍ଟକର ହୋଇ ପଡିଛି। ସେମାନେ ଦେଖୁଥିବା ଏହି ଭିଡିଓଟି ସତ କି ମିଛ ତାହା ଜାଣି ପାରୁ ନାହାଁନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବ୍ୟକ୍ତି ଜଣକ ଜଣେ ଜୀଅନ୍ତା ମମି ଭଳି ଦେଖା ଯାଉଛନ୍ତି। ସେ ଥାଇଲାଣ୍ଡର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ସେ ଖୁବ୍ ଦୁର୍ବଳ ଓ ଅସୁସ୍ଥ ଅଛନ୍ତି। ଏଭଳି ସ୍ଥିତିରେ ୟୁଜର୍ସ ତାଙ୍କର ବୟସ ବିଷୟରେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି।

Advertisment

କ୍ଲିପକୁ ଦେଖିବା ପରେ କିଛି ଲୋକ ଦାବି କରିଛନ୍ତି ଯେ, ତାଙ୍କ ବୟସ ୧୬୩ ବର୍ଷ। ଏହି ବୌଦ୍ଧ ଭିକ୍ଷୁ ଜଣକ ଜାପାନୀ ଟେକ୍ନୋଲୋଜି ସୋକୁଶିନବୁସ୍ତୁ ଅଭ୍ୟାସ କରନ୍ତି ବୋଲି କୁହାଯାଉଛି। ବୟସ୍କ ଏହି ଭିକ୍ଷୁଙ୍କର ଭାଇରାଲ ଫଟୋ ଇଣ୍ଟରନେଟ୍‌ରେ ଲୋକଙ୍କୁ ଖୁବ୍ ଆକର୍ଷିତ କରିଛୁ। ଆପଣ ଦେଖୁଥିବା ଏହି ଭିଡିଓଟିକୁ ତାଙ୍କ ନାତୁଣୀ ସୁଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବୟସର ସତ୍ୟତା ଜାଣିବାକୁ ଲୋକ ଚେଷ୍ଟା କରିଥିଲେ। ଟିକଟକ୍‌ରେ ୧୬୩ ବର୍ଷୀୟ ଭିକ୍ଷୁଙ୍କ ବିଷୟରେ ଯେଉଁ ଗୁଜବ ସାମନାକୁ ଆସିଛି, ତାହା ବାସ୍ତବରେ ଠିକ୍ ନୁହେଁ। ଫାକ୍ଟ ଚେକର ସ୍ନୋପ୍ସଙ୍କ ଅନୁସାରେ, କ୍ଲିପରେ ବୟସ୍କ ବ୍ୟକ୍ତି ଜଣକ ୧୬୩ ବର୍ଷର ନୁହେଁ। ତାଙ୍କର ନାଁ ଲୁଆଙ୍ଗ ଫୋ ୟାଇ ଓ ତାଙ୍କ ବୟସ ୧୦୯ ବର୍ଷ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ