Advertisment

ନିରବି ଗଲେ ସଂଗୀତର ସ୍ରଷ୍ଟା: ଅଫେରା ରାଇଜରେ କମଳ ଦେଶର ରାଜକୁମାର

୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି।

ଅଦ୍ୟତନ ହୋଇଛି
Prafulla Kar no more

Prafulla Kar no more

Advertisment

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ। ଆରପାରିକୁ ଚାଲିଗଲେ କମଳ ଦେଶ ରାଜକୁମାର। ନିରବି ଗଲେ ଶତ ଶତ ସୁରିଲା ଗୀତର ସ୍ରଷ୍ଟା ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ନେଇ ପ୍ରଫୁଲ୍ଲ କରଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସତ୍ୟନଗର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ବନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର। ସେ ଏକଧାରାରେ ଗାୟକ, ଗୀତିକାର ଓ ସମ୍ଭକାର ମଧ୍ୟ ଥିଲେ। ଓଡ଼ିଆ ଗୀତରେ ଅନେକ ପରୀକ୍ଷା ନିରୀକ୍ଷା ପ୍ରଫୁଲ୍ଲ କରିଥିଲେ। ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ।

Advertisment

କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଏହାସହ ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ସେ ଏକାଧିକ ପୁରସ୍କାର ଓ ମାନ ସମ୍ମାନ ପାଇଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ଜୟଦେବ ପୁରସ୍କାର ମଧ୍ୟ ସମ୍ମାନିତ ହୋଇଥିଲେ।

Advertisment

ତାଙ୍କର ମୃତ୍ୟୁରେ ସଂଗୀତ ଜଗତ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବର ଶୁଣିବା ପରେ ତାଙ୍କର ଶେଶ ଦର୍ଶନ ପାଇଁ ବାସଭବନରେ ପ୍ରଶଂସକଙ୍କ ସୁଅ ଛୁଟିଛି।  

Veteran Musician Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ