Advertisment

ବିବାହ କାର୍ଡ ନା ଟାବ୍‌ଲେଟ୍ ଷ୍ଟ୍ରିପ୍, ଯିଏ ଦେଖିଲା ସିଏ ହସିଲା

ଅଜବ ବିବାହ କାର୍ଡ। ଆପଣ ଏହାକୁ ହଠାତ ଦେଖିଲେ ଲାଗିବ ମେଡିସିନ୍‌ ଷ୍ଟ୍ରିପ୍ ପରି। ଭଲକି ଦେଖିଲେ ଜାଣିବେ ଏହା ଏକ ବିବାହ କାର୍ଡ। ସୋସିଆଲ୍ ମିଡିଆରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

Very Uniqe Wedding Invitation Card

Very Uniqe Wedding Invitation Card

Advertisment

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ବିବାହ ସ୍ମରଣୀୟ ଏବଂ ଚମତ୍କାର ହେଉ! ସେଥିପାଇଁ ଅନେକ ଲୋକ ବିବାହ ଅବସରରେ ମଧ୍ୟ ଅନନ୍ୟ କିଛି କରିବାକୁ ଚେଷ୍ଟା କରନ୍ତି। ଯେମିତି କି ଯେଉଁଠି କନ୍ୟା ବୁଲେଟ୍‌ରେ ପ୍ରବେଶ କରେ ତ ପୁଣି କେଉଁଠି ବର ହେଲିକପ୍ଟର କିମ୍ବା ବୁଲଡୋଜର ଧରି ପହଞ୍ଚେ। ଏହାଛଡା ବିବାହ କାର୍ଡଗୁଡ଼ିକ ମଧ୍ୟ ଅନନ୍ୟ ହେବାରୁ ଏଥିରୁ ବାଦ ପଡେନି।

Advertisment

ଆଜିକାଲି ତାମିଲନାଡୁର ଜଣେ ଦମ୍ପତିଙ୍କ ବିବାହ ନିମନ୍ତ୍ରଣ କାର୍ଡ ଇଣ୍ଟର୍‌ନେଟ୍‌ରେ ଖୁବ ଚର୍ଚ୍ଚାରେ ଅଛି। ଏହାକୁ ପ୍ରଥମେ ଦେଖିଲେ ଲାଗିବ ନାହିଁ ଯେ ଏହା ଏକ 'ବିବାହ କାର୍ଡ'। ଏହା ଏକ ଟାବ୍‌ଲେଟ୍ ଷ୍ଟ୍ରିପ୍ ପରି ଲାଗେ। କିନ୍ତୁ ଯେତେବେଳେ ଜଣେ ଏହା ଉପରେ ଲେଖାଯାଇଥିବା ସୂଚନା ପଢିବ ସେ ବୁଝିପାରିବ ଯେ ଏହା ଏକ ବିବାହ ନିମନ୍ତ୍ରଣ କାର୍ଡ।

ଏହି ଫଟୋକୁ ଅଗଷ୍ଟ ୧୮ରେ ଟ୍ୱିଟର ବ୍ୟବହାରକାରୀ @DpHegde ଶେୟାର କରିଥିଲେ। ଏଥିରେ ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ – ଏହା ତ ଆଶ୍ଚର୍ଯ୍ୟଜନକ। ଏହାକୁ ଟାବ୍‌ଲେଟ୍ ଷ୍ଟ୍ରିପ୍ ବୋଲି ଭାବି ଭୁଲ କରନ୍ତୁ ନାହିଁ। ଏହା ଏକ ବିବାହ ନିମନ୍ତ୍ରଣ କାର୍ଡ। ଏହା ପରେ ଏହି 'ଅନନ୍ୟ ବିବାହ ନିମନ୍ତ୍ରଣ' ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ ହୋଇଥିଲା। ବିଶିଷ୍ଟ ବ୍ୟବସାୟୀ ହର୍ଷ ଗୋଏଙ୍କା ମଧ୍ୟ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେୟାର କରି ଲେଖିଛନ୍ତି - ଜଣେ ଫାର୍ମାସିଷ୍ଟ୍‌ଙ୍କ ବିବାହ ନିମନ୍ତ୍ରଣ କାର୍ଡ! ଆଜିକାଲି ଲୋକମାନେ ଖୁବ ସର୍ଜନାତ୍ମକ ହୋଇପାରିଛନ୍ତି।

Advertisment

ଏହି ଅନନ୍ୟ କାର୍ଡ ଅନୁଯାୟୀ, ଏହି ବିବାହ କାର୍ଡ ତାମିଲନାଡୁର ତିରୁବନ୍ନାମଲାଇ ବାସିନ୍ଦା ଏଜିଲରସନ୍‌ ଏବଂ ବସନ୍ତକୁମାରୀଙ୍କ ବିବାହ ବୋଲି ଜଣାଯାଏ। ଏଜିଲରସନ୍‌ ଏମ୍ ଫାର୍ମା କରିଛନ୍ତି ଏବଂ ଏକ ସ୍ଥାନୀୟ କଲେଜ୍‌ରେ ସହକାରୀ ପ୍ରଫେସର ଅଛନ୍ତି। ସେହିପରି ବସନ୍ତକୁମାରୀ ଏମ୍‌ଏସ୍‌ସି କରି ଏକ ନର୍ସିଂ କଲେଜ୍‌ରେ ସହକାରୀ ପ୍ରଫେସର ଅଛନ୍ତି।

Advertisment

ମେଡିସିନ୍ ଷ୍ଟ୍ରିପ୍ ପରି ଦେଖାଯାଉଥିବା ଏହି କାର୍ଡରେ ସମସ୍ତ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏହି ବିବାହକୁ ହାତଛଡ଼ା ନ କରିବା ପାଇଁ ଏକ 'ଚେତାବନୀ' ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ବିବାହ ସ୍ଥାନ, ସମୟ, ଭୋଜି ତାରିଖ, ଡିଜେ ଇତ୍ୟାଦିର ସୂଚନା ମଧ୍ୟ ଏଥିରେ ଛପା ଯାଇଛି।

Trending Ajab Gajab Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ