ଓଲଟିଲା ଭ୍ୟାନ୍‌; ୧୬ ଆହତ, ୪ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି।

Accident

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭୂତପଙ୍କାଳ ନିକଟରେ ଓଲଟିଲା ଭ୍ୟାନ । ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନେ ସ୍ଥାନୀୟ ନରେନ୍ଦ୍ରପୁର ଗାଁର ବୋଲି ଜଣାପଡ଼ିଛି । ସମସ୍ତଙ୍କୁ ପ୍ରଥମେ ଗଜଲବାଡ଼ି ଓ ପରେ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି ।

ଭ୍ୟାନଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ନିକଟ ନରେନ୍ଦ୍ରପୁର ଗାଁକୁ ଫେରୁଥିଲା । ତେବେ ଭୂତପଙ୍କାଳ ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା । ସୋରଡ଼ା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ଗାଡ଼ିରେ ଡ୍ରାଇଭର ସମେତ ୨୧ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।