Utkal university students stage protest over water shortage
ରାତି ଅଧରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି। ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବିଭିନ୍ନ ସମସ୍ୟା ପ୍ରତିବାଦରେ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
ବିଶେଷ କରି ୬ ଏବଂ ୭ ନମ୍ବର ଛାତ୍ରୀନିବାସରେ ପାଣି ସମସ୍ୟା ଲାଗି ରହିଛି। ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି। ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ସମସ୍ୟାର ସମାଧାନ ନହେବାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ପାଣି ସମସ୍ୟା ବ୍ୟତୀତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଅଣଛାତ୍ର କ୍ୟାମ୍ପସ ଭିତରେ ପଶି ଛାତ୍ରୀମାନଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ପରିସରରେ ବିଭିନ୍ନ ସ୍ଥାନରେ ଲାଇଟ୍ ଜଳୁନଥିବା ବେଳେ ଛାତ୍ରୀମାନେ ଯିବାଆସିବା କରିବାକୁ ଡରୁଥିବା କହିଛନ୍ତି। ତେବେ ଛାତ୍ରୀମାନଙ୍କ ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656560173.jpg)