ନିଆରା ବିବାହ...ଅନ୍ତେବାସୀ ଥିଲେ, ବନ୍ଧୁ ହେଲେ । ଆଉ ଏବେ ପତିପତ୍ନୀ । ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇଛନ୍ତି । ଦୁନିଆ ଏମାନଙ୍କୁ ଅଲଗା କରିଦେଲା, ସଂସାର ଏମାନଙ୍କୁ ଭୁଲିଗଲା । କିନ୍ତୁ ଏମାନଙ୍କ ମନରେ ଥିବା ଭାବନା, ଭଲ ପାଇବା ଓ ଜଣଙ୍କର ଆଉ ଜଣଙ୍କ ପ୍ରତି ସ୍ନେହ ଦୁହିଁଙ୍କୁ ନୂଆ ପରିଚୟ ଦେଲା ।
ବାଲେଶ୍ୱରର ଏକ ଆଶ୍ରମରେ ଦାସ ମାରାଣ୍ଡି ଓ ପଦ୍ମାବତୀ ରୁହନ୍ତି । ଉଭୟଙ୍କ ବୟସ ୬୦ ବର୍ଷ ଉପରେ । ରୋଗରେ ପୀଡ଼ିତ ହୋଇଥିଲେ । ସେଥିପାଇଁ ପରିବାର ପର କରି ଦେଇଥିଲା । ଆଖ ପାଖ ଲୋକ ବି ମୁହଁ ଫେରାଇ ନେଇଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।
ସୂଚନାଥାଉ କି, ପଦ୍ମାବତୀ ୧୦ ବର୍ଷ ପୂର୍ବରୁ କୁଷ୍ଠାଶ୍ରମରେ ଚିକିତ୍ସିତ ହେଉଥିବା ବେଳେ ୩ ବର୍ଷ ପୂର୍ବେ ଦାସ ମାରାଣ୍ଡି ମଧ୍ୟ ରୋଗରେ ପୀଡ଼ିତ ହେବା ପରେ କୁଷ୍ଠାଶ୍ରମକୁ ଆସି ଚିକିତ୍ସିତ ହେଉଥିଲେ । ଉଭୟ କିଛିଦିନ ପୂର୍ବରୁ ଭଲ ହୋଇଥିଲେ । ଉଭୟ ଏକଠି ଗୋଟିଏ ଜାଗାରେ ଚିକିତ୍ସତ ହେଉଥିବ ବେଳେ ମନ ମିଶିଥିଲା । ଏହାପରେ ବାକି ଜୀବନ କାଟିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ ।