Advertisment

ଠରାଠରିରେ କଥାବାର୍ତ୍ତା : ବିନା ଶବ୍ଦରେ ଅତୁଟ ରହିଛି ୩୦ ବର୍ଷର ସଂପର୍କ

ଦୁଇ ବନ୍ଧୁ ସଂଜୀବ କୁମାର ସାହୁ ‌ଓ ଆଲୋକ କୁମାର ପତି । ଦୁହେଁ ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ ବୟସ ୪୫ ବର୍ଷ। ଜନ୍ମରୁ ହିଁ ଏମାନେ ବାକ୍ ବାଧିତ ଅର୍ଥାତ କଥା କହିପାରନ୍ତି ନାହିଁ।

ଅଦ୍ୟତନ ହୋଇଛି
special story

special story

Advertisment

ବିନା ଶବ୍ଦରେ ୩୦ ବର୍ଷର ବନ୍ଧୁତା। ନା କଥା ଅଛି, ନା ଆଲୋଚନା ଅଛି। କିନ୍ତୁ ପରସ୍ପରକୁ ବୁଝିବାରେ କିଛି ଅସୁବିଧା ନାହିଁ। ଏମିତି ଏମିତି କଟିଲାଣି ୩୦ ବର୍ଷ। ଦୁହେଁ କଥା କହିପାରନ୍ତି ନାହିଁ। ଠରାଠରିରେ କଥାବାର୍ତ୍ତା। ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ କାମ ଅଲଗା ଅଲଗା। ହେଲେ ଉଭୟଙ୍କୁ ଯିଏ ଦେଖୁଛି, ସିଏ କହୁଛି ବନ୍ଧୁତା ହେବ ତ ଏମିତି।

Advertisment

ଦୁଇ ବନ୍ଧୁ ସଂଜୀବ କୁମାର ସାହୁ ‌ଓ ଆଲୋକ କୁମାର ପତି । ଦୁହେଁ ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ ବୟସ ୪୫ ବର୍ଷ। ଜନ୍ମରୁ ହିଁ ଏମାନେ ବାକ୍ ବାଧିତ ଅର୍ଥାତ କଥା କହିପାରନ୍ତି ନାହିଁ। ଏତେ ବର୍ଷର ଜୀବନ ଭିତରେ ଦୁହେଁ କେତେ ଘଟଣା ଦୁର୍ଘଟଣା ଦେଇ ଗତି କରି ଆସିଛନ୍ତି, କିନ୍ତୁ ସଂପର୍କ ଯେମିତିକି ସେମିତି ରହିଛି।

୪୫ ବର୍ଷୀୟ ସଂଜୀବ ସାହୁ ଜଣେ ପେଟ୍ରୋଲ ଟାଙ୍କି ମାଲିକ। ପାଠ ତାଙ୍କର ମାଟ୍ରିକ୍ ପାସ୍। ସେ ବିବାହିତ। ସ୍ତ୍ରୀଙ୍କ ନାଁ ଲକ୍ଷ୍ମୀପ୍ରିୟା ସାହୁ। ତାଙ୍କର ଦୁଇଜଣ ଝିଅ। ଜଣେ ଅଷ୍ଟମ ଶ୍ରେଣୀ ଆଉ ଜଣେ ୨ୟ ଶ୍ରେଣୀ। ଘର ତାଙ୍କର ଭୁବନେଶ୍ୱରର ନୟାପଲ୍ଲୀର ବ୍ରିଟ୍ କଲୋନୀରେ। ସଂଜୀବଙ୍କ ପତ୍ନୀ ଓ ଦୁଇ ଝିଅ କଥା କହିପାରନ୍ତି।

Advertisment

ସେହିପରି ଆଲୋକ ପତି ଜଣେ ରାଜ୍ୟ ସରକାରଙ୍କ କର୍ମଚାରୀ। ସେ ରାଜ୍ୟ ସଚିବାଳୟ ବା ସେକ୍ରେଟାରିଏଟରେ ଚାକିରି କରିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ କଥା କହିପାରନ୍ତି ନାହିଁ । ତାଙ୍କର ଗୋଟିଏ ପୁଅ। ଆଲୋକଙ୍କ ପୈତୃକ ଘର ହେଉଛି ସୁନ୍ଦରଗଡ଼ ଜିଲ୍ଲାରେ । କିନ୍ତୁ ଯେହେତୁ ଭୁବନେଶ୍ୱରରେ ଚାକିରି କରନ୍ତି, ତେଣୁ ଏଇଠି ରୁହନ୍ତି ।

ଅଧିକାଂଶ ସମୟରେ ଏମାନେ ଏକାଠି ହୁଅନ୍ତି ଗୋଟିଏ ଜାଗାରେ । ଜୟଦେବ ଭବନ ନିକଟ ଏକ ଚା ଦୋକାନ ପାଖରେ । ଯେହେତୁ ଆଲୋକ ସଚିବାଳୟରେ ଚାକିରି କରନ୍ତି, ତେଣୁ ସଂଜୀବ ସେଠିକୁ ବନ୍ଧୁଙ୍କୁ ଦେଖା କରିବାକୁ ଆସନ୍ତି । ବେଶ୍ କେତେ କପ୍ ଚା ପିଅନ୍ତି, ଆଉ ସାଇନ୍ ଲାଙ୍ଗୁଏଜରେ ପରସ୍ପର ଭିତରେ କଥା ହୁଅନ୍ତି, ତା ପରେ ନିଜ କାମକୁ ଫେରନ୍ତି।

Advertisment

ସଂଜୀବ ଓ ଆଲୋକଙ୍କ ବନ୍ଧୁତା ସତରେ ଆଶ୍ଚର୍ଯ୍ୟଜନକ। ଆଜିକାଲି ଯେତେବେଳେ କଥା କହି ପାରୁଥିବା ଲୋକଙ୍କ ଭିତରେ ସଂପର୍କ ଦୁଇ ମିନିଟରେ ଭାଙ୍ଗି ଯାଉଛି, ସେପରି ଏକ ସମୟରେ ବାକ୍ ଶକ୍ତି ନଥିବା ଏ ଦୁଇ ବନ୍ଧୁଙ୍କ ବନ୍ଧୁତାକୁ ନେଇ ସମସ୍ତେ ଚର୍ଚ୍ଚା କରନ୍ତି। ସୁଟିଂ ବେଳେ ଯଦିଓ ଏମାନେ କଣ କହୁଥିଲେ ଆମେ ବୁଝିପାରୁ ନଥିଲୁ, ହେଲେ ବଡି ଲାଙ୍ଗୁଏଜରୁ ଗୋଟିଏ କଥା ବୁଝି ହେଉଥିଲା, ବର୍ଷ ବର୍ଷ ଧରି ଏମାନେ କେବେ କେହି କାହାକୁ ଭୁଲ୍ ବୁଝି ନାହାଁନ୍ତି, କିନ୍ତୁ ସଂପର୍କକୁ ପ୍ରଭାବିତ ହେବାକୁ ଦେଇ ନାହାଁନ୍ତି। ଈଶ୍ୱରଙ୍କୁ ପ୍ରାର୍ଥନା, ୩୦ ବର୍ଷ ଧରି ବିନା ଶବ୍ଦ ଓ କୋଳାହଳରେ ଚାଲିଥିବା ଏହି ବନ୍ଧୁତା ଏମିତି ଅତୁଟ ରହୁ।

ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଅନନ୍ତ ବାସୁଦେବ ତ୍ରିପାଠୀ ଓ ପ୍ରଶାନ୍ତ ସାହୁଙ୍କ ରିପୋର୍ଟ ଓଟିଭି

Unique Friendship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ