Advertisment

ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ଚାଲିପାରେ ବିମାନ

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।

ଅଦ୍ୟତନ ହୋଇଛି
Jharsuguda

Jharsuguda

Advertisment

ଝାରସୁଗୁଡ଼ା( ଭାଗିରଥୀ ସାହୁ) : ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ, ରାଜ୍ୟ କେବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ, ବିଧାୟକ କିଶୋର ମହାନ୍ତି, ସଚିବ ରାଜୀବ ବଂଶଲ, Airport authority of india ର ଚେୟରମ୍ୟାନ୍ ସଂଜୀବ କୁମାର କାର୍ଯ୍ୟକ୍ରମ ରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ବି ଆୟୋଜନ ହେବ ।

Advertisment

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କର ଉଡାନ ଯୋଜନା, ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଗାଯୋଗ ସ୍କିମ (ଆର୍‌ସିଏସ୍)ର ଉଡ଼ାନ ଯୋଜନାରେ ଆରମ୍ଭ ହୋଇଥିବା ଦେଶର ୫୩ଟି ଆରସିଏସ୍ ବିମାନ ବନ୍ଦର ମଧ୍ୟରୁ ଝାରସୁଗୁଡ଼ା ବିମାନ ବନ୍ଦର ଅନ୍ୟତମ ।

ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି । କିଛି ଦିନ ଭିତରେ ଇଣ୍ଡିଗୋ ମଧ୍ୟ ତାର ସେବା ଆରମ୍ଭ କରିପାରେ । ଖୁବ ଶୀଘ୍ର ଏଠାରେ ଆଉ ୪ଟି ୱେ ଆପ୍ରୋନ କାମ ଆରମ୍ଭ ହେବ । ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ କରିଥିଲେ । ଆଜିର କାର୍ଯ୍ୟକ୍ରମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Advertisment
Jharsuguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ