Advertisment

ଏଣିକି ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀ କଲେଜକୁ ଗାଡ଼ି ଆଣିପାରିବେନି, ଧରାପଡ଼ିଲେ...

ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍‌ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍‌ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ।

ଅଦ୍ୟତନ ହୋଇଛି
Under 18 Students Not Allowed To Enter FM Junior College Campus With Bike And Scooty

Under 18 Students Not Allowed To Enter FM Junior College Campus With Bike And Scooty

Advertisment

ଏଣିକି ୧୮ ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀମାନେ କଲେଜକୁ ଗାଡ଼ି ଆଣିପାରିବେ ନାହିଁ। କଲେଜ କ୍ୟାମ୍ପସ ଭିତରକୁ ଛାତ୍ରଛାତ୍ରୀଙ୍କୁ ବାଇକ୍‌ ଓ ସ୍କୁଟି ଆଣିବା ଏବଂ ଚଳାଇବାକୁ ବାରଣ କରାଯାଇଛି। ବାଲେଶ୍ୱର ଜିଲ୍ଲା ଫକୀର ମୋହନ ଜୁନିୟର କଲେଜରେ ଏଭଳି କଟକଣା ଲଗାଯାଇଛି। ଏନେଇ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ବାରଣ କରିଥିବା ବେଳେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ନୋଟିସ ମଧ୍ୟ ପଠାଇଛନ୍ତି। 

Advertisment

ଯାଞ୍ଚ ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ୨୦ଜଣିଆ ସ୍କ୍ୱାଡ୍ ମଧ୍ୟ ଗଠନ କରାଯାଇଛି। ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍‌ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍‌ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ। ଏହାସହ ସେମାନଙ୍କ ଅଭିଭାବକଙ୍କୁ ଏସମ୍ପର୍କରେ ଅବଗତ କରାଯିବ। 

ପୁଣିଥରେ କଲେଜ ପରିସରକୁ ଗାଡ଼ି ନଆଣିବାକୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହିଁ ଗାଡ଼ି ଦିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଶୈକ୍ଷିକ ବାତାବରଣରେ ପ୍ରଗତି ଓ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ କିଭଳି ଭାବେ ଅଧିକରୁ ଅଧିକ ସମୟ ଦେବେ ଏହାକୁ ଦୃଷ୍ଟିରେ ରଖି କଲେଜରେ ଏଭଳି କଟକଣା ଲଗାଯାଇଥିବା ଜଣାପଡ଼ିଛି। ସୂଚନାଥାଉ କି, ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କଲେଜ ପରିସରରେ ମୋବାଇଲ ବାରଣ କରାଯାଇଥିଲା।

Advertisment

(ରିପୋର୍ଟ-ରଶ୍ମି ରଞ୍ଜନ ଦାଶ, ବାଲେଶ୍ୱର)

FM Junior College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ