Brass artisan
ସବୁଦିନ ସକାଳ ହେଲେ ଗାଁ ଚଳଚଂଚଳ ହୁଏ ଭଳିକି ଭଳି ମୂର୍ତ୍ତି ତିଆରି କରିବାରେ । ମାଟି, ମହମ, ତମ୍ବା ତାର, ପିତ୍ତଳ ଓ ଜଉ ଆଦିକୁ ନେଇ କାରିଗର ଗଢନ୍ତି ଜୀବନ୍ତ ପ୍ରତିମା । ଗାଁର ପୁରୁଷ ମହିଳା ସମସ୍ତେ ମିଶି ଲାଗିଯାନ୍ତି ଏହି କାମରେ । କାରଣ ଏହା ତାଙ୍କର କୌଳିକ ବୃତ୍ତି । ଜୀବିକା ଅର୍ଜନର ଏକମାତ୍ର ଉପାୟ ।
ଆମେ କହୁଛୁ ମୟୂରଭଂଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଗୋପବନ୍ଧୁନଗର ବ୍ଲକର କୁଡିଆଖୁଣ୍ଟା ଗାଁ କଥା । ଗାଁଟି ପ୍ରସିଦ୍ଧ ନିଜ ପିତ୍ତଳ ମୂର୍ତ୍ତି କାରିଗରୀ ପାଇଁ ୫୦ରୁ ଅଧିକ ପରିବାର । ସେମାନେ ପିତ୍ତଳରେ ନାନା କାରିଗରୀ କରୁଥିବାବେଳେ ସେମାନଙ୍କ ବଂଶଧର ଏହାକୁ ଆଗେଇ ନେଇଛନ୍ତି ।
ତେବେ ପରିବାର ପ୍ରତିପୋଷଣର ଏହି ମାଧ୍ୟମ ଏବେ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ପିତ୍ତଳ ଜିନିଷର ଚାହିଦା କମୁଥିବାରୁ ଚିନ୍ତାରେ କାରିଗର । ମୂର୍ତ୍ତି ତିଆରି ପାଇଁ ଉପକରଣର ଦାମ୍ ବଢିଥିବାବେଳେ ସେହି ଅନୁସାରେ ମିଳିପାରୁନି ଲାଭ ।
ମୂର୍ତ୍ତିର ଅଭାବୀ ବିକ୍ରି ପାଇଁ ଏବେ ଅନେକ ପରିବାର କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଉଥିବା କହିଛନ୍ତି । ଅନ୍ୟପଟେ ସରକାର କାରିଗରମାନଙ୍କ ପାଇଁ କିଛି ସହାୟତା ଯୋଗାଇବା ସହ ବଜାର ସୁବିଧା କରିବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651731818.jpg)