Advertisment

ମାଆ ଚାଲିଗଲା ପରେ...ଦୁଇ ପୁଅଙ୍କୁ ମାଆ ପରି ପାଳୁଛନ୍ତି ବାପା

ପତ୍ନୀଙ୍କ ମୃତ୍ୟୁ ପରେ ବାପାର କର୍ତ୍ତବ୍ୟ ପାଳନ କରିବା ସହ ମାଆର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଛନ୍ତି। ଆଜି ଫାଦର୍ସ ଡେ’ରେ ଜାଣନ୍ତୁ ଏମିତି ଜଣେ ବାପାଙ୍କ କାହାଣୀ।

ଅଦ୍ୟତନ ହୋଇଛି
Udala man takes care of 2 minors after wife death

Udala man takes care of 2 minors after wife death

Advertisment

କୁହାଯାଏ, ଯାହାର ମାଆ ନାହିଁ ତାହାର କେହି ସାହା ନାହିଁ। ହେଲେ ଏଠି ମାଆଙ୍କ ଭୂମିକା ତୁଲାଉଛନ୍ତି ଜଣେ ବାପା। ଏମିତି ଜଣେ ବାପା ଯିଏ କେବେ ବି ପିଲାଙ୍କ ସେବାଯତ୍ନରେ ଉଣା କରି ନାହାନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ବାପାର କର୍ତ୍ତବ୍ୟ ପାଳନ କରିବା ସହ ମାଆର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଛନ୍ତି। ଆଜି ଫାଦର୍ସ ଡେ’ରେ ଜାଣନ୍ତୁ ଏମିତି ଜଣେ ବାପାଙ୍କ କାହାଣୀ। 

Advertisment

ଶାଗ ବାଛି ଦେଉଛନ୍ତି, ରୋଷେଇ କରି ଦେଉଛନ୍ତି, ଆଉ ନିଜ ହାତରେ ପିଲାଙ୍କ ପାଇଁ ଖାଇବା ବି ବାଢ଼ି ଦେଉଛନ୍ତି। ଖାଲି ସେତିକି ନୁହେଁ, ପିଲାଙ୍କ ମୁଣ୍ଡ କୁଣ୍ଡାଇ ଦେଉଛନ୍ତି, ଆଉ ହାତ ପଙ୍ଖା କରି ଶୁଆଇ ବି ଦେଉଛନ୍ତି। ମାଆ ନହେଲେ ବି ମାଆଠାରୁ କମ୍ ନୁହନ୍ତି। ଦୁଇ ପିଲାଙ୍କ ସେବା ଯତ୍ନରେ କେବେ ଉଣା କରି ନାହାନ୍ତି। ଆଉ ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଡିମ୍ବଗଡିଆ ଯଦୁଖୁଣ୍ଟା ଗାଁର ଶଙ୍କରା ମୁର୍ମୁ।

ଶଙ୍କରାଙ୍କ ପରିବାର କହିଲେ ୧୧ ବର୍ଷର ପୁଅ ଫୁଦାନ ଓ ୭ ବର୍ଷର ଦିବ୍ୟାଙ୍ଗ ପୁଅ ସାକିଲା। ସ୍ତ୍ରୀ ସୁଗି ମୁର୍ମୁ କିଡନୀ ରୋଗରେ ପୀଡ଼ିତ ହୋଇ ଆଜକୁ ୨ ବର୍ଷ ହେବ ଆରପାରିରେ। ଆଉ ସେବେଠୁ ଦୁଇ ପୁଅଙ୍କ ଦାୟିତ୍ୱ ଶଙ୍କରାଙ୍କ କାନ୍ଧରେ। ମୂଲ ଲାଗି ଯାହାକିଛି ରୋଜଗାର କରନ୍ତି ସେଥିରେ ସେ ନିଜ ପିଲାଙ୍କୁ ଖୁଆଇ ପିଆଇ ବଢ଼ାଉଛନ୍ତି।

Advertisment

ସ୍ତ୍ରୀଙ୍କ ଅକାଳ ବିୟୋଗ ପରେ କେମିତି ଦୁଇ ପୁଅ ମଣିଷ ହେବେ ସେନେଇ ଚିନ୍ତାରେ ଅଛନ୍ତି ଶଙ୍କରା। ମାତ୍ର ଆଜି ପର୍ଯ୍ୟନ୍ତ କେବେ ହାର୍ ମାନି ନାହାନ୍ତି। ବାପାର ଦାୟିତ୍ୱ ନିଭାଇବା ସହ ପିଲାଙ୍କ ଅଳି ଅର୍ଦ୍ଦଳି ସହି ମାଆର କର୍ତ୍ତବ୍ୟ ମଧ୍ୟ ତୁଲାଉଛନ୍ତି। ଯେତେ ଦୁଃଖ କଷ୍ଟ ଆସିଲେ ବି ଦୁଇ ପୁଅଙ୍କ ମୁହଁକୁ ଚାହିଁ ସେ ସବୁକିଛି ଭୁଲିଯାଆନ୍ତି। ଏପରିକି ନିଜ ଦୁଇ ପୁଅଙ୍କୁ ଖୁସି ରଖିବା ଲାଗି ସେ ଦ୍ୱିତୀୟ ବିବାହ ମଧ୍ୟ କରି ନାହାନ୍ତି। 

ମାଆ ଛେଉଣ୍ଡ ଦୁଇ ପିଲାଙ୍କ ସେବାଯତ୍ନ କରି ସ୍ଥାନୀୟ ଅଞ୍ଚଳରେ ସଭିଙ୍କ ଆଦରର ପାତ୍ର ହୋଇଛନ୍ତି ଶଙ୍କରା। ଆଉ ଅନ୍ୟ ବାପାମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ