tragic story
ପାଣି ଡେକ୍ଚିରେ ପଡ଼ି ଶିଶୁ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଦେହୁରୀସାହିରେ । ବିବେକାନନ୍ଦ ବେଉରା ଓ ଶୁଭସ୍ମିତା ବେଉରାଙ୍କ ଦୁଇ ବର୍ଷର ସାନ ଝିଅ ନଵ୍ୟ ନିବେଦିତା ଘରେ ଖେଳୁଥିବା ବେଳେ ଅସାବଧାନତାରୁ ପାଣି ଡେକଚିରେ ପଡ଼ି ଯାଇଥିଲା । ଏଥିରେ ତା’ର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଆଜି ସକାଳେ ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟନିବେଦିତା ଘରେ ଖେଳୁଥିଲା । ଏହି ସମୟରେ ପରିବାର ଲୋକେ କାମରେ ବ୍ୟସ୍ତ ଥିଲେ । ଅସାବଧାନତା ହେତୁ ପିଲାଟି ଘରେ ଥିବା ବଡ଼ ପାଣି ଡେକଚିରେ ପଡ଼ି ଯାଇଥିଲା । ପରିବାର ଲୋକେ ଝିଅକୁ ନ ପାଇବାରୁ ବହୁତ ଖୋଜିଖୋଜି କରିଥିଲେ। ସାହି, ପଡ଼ିଶା ମଧ୍ୟ ଚାରିଆଡେ ଖୋଜାଖୋଜି କରିଥିଲେ।
ହେଲେ ଝିଅକୁ ପାଇନଥିଲେ । ପରେ ଘରେ ଥିବା ପାଣି ହାଣ୍ଡିରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ତୁରନ୍ତ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697695022.jpg)