Advertisment

ଜାତୀୟ ରାଜପଥରେ ୩ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୨ ମୃତ, ଜଣେ ଗୁରୁତର

ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।

Road Accident

Accident

Advertisment

ନୟାଗଡ଼: ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ମାନସୀ ମାର୍ଥୀ ଓ ଟିକିନା ପ୍ରଧାନ। ଆହତ ମହିଳାଙ୍କ ନାଁ ସୁରବାଳା ପରିଡ଼ା। ମୃତାହତ ସମ୍ପଡ଼ା ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଆଜି ଭୋର ସମୟରେ ମାନସୀ ଏବଂ ସୁରବାଳା ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଟିକିନା ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରବାଳା ଗୁରୁତର ଆହତ ହୋଇଛନ୍ତି। ସୁରବାଳାଙ୍କୁ ପ୍ରଥମେ ନୟାଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇଯାଇଛନ୍ତି। 

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ବହୁ ଲୋକଙ୍କ ଜୀବନ ନେଉଥିବା ଅଭିଯୋଗ ହୋଇଛି। 

Advertisment
Nayagarh Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ