Advertisment

ଶିକ୍ଷକଙ୍କ ପରିବେଶ ସୁରକ୍ଷା ଚିନ୍ତା: ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ କରୁଛନ୍ତି ଉତ୍ସାହିତ

ଦିନକୁ ଦିନ ପରିବେଶ ସୁରକ୍ଷା ଚିନ୍ତା ବଢୁ ଥିବାବେଳେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ପାଇଁ ବାର୍ତ୍ତା ଦିଆଯାଉଛି। ନିଜର କର୍ମଜୀବନ ଭିତରେ ପରିବେଶ ପ୍ରତି ଥିବା ଦାୟିତ୍ୱକୁ ନିର୍ବାହ କରୁଛନ୍ତି ପ୍ରକୃତି ବନ୍ଧୁ ତଥା ଆଦର୍ଶ ଶିକ୍ଷକ ନିରଞ୍ଜନ ସାହୁ ଓ ଅବସରପ୍ରାପ୍ତ ଡାକ୍ତର ନିମାଇଁ ଚରଣ ସାହୁ।

Teacher Show Way Greener Environment

Teacher Show Way Greener Environment

Advertisment

ଆନନ୍ଦପୁର/ଢେଙ୍କାନାଳ: ଦିନକୁ ଦିନ ପରିବେଶ ସୁରକ୍ଷା ଚିନ୍ତା ବଢୁ ଥିବାବେଳେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ପାଇଁ ବାର୍ତ୍ତା ଦିଆଯାଉଛି। ନିଜର କର୍ମଜୀବନ ଭିତରେ ପରିବେଶ ପ୍ରତି ଥିବା ଦାୟିତ୍ୱକୁ ନିର୍ବାହ କରୁଛନ୍ତି ପ୍ରକୃତି ବନ୍ଧୁ ତଥା ଆଦର୍ଶ ଶିକ୍ଷକ ନିରଞ୍ଜନ ସାହୁ ଓ ଅବସରପ୍ରାପ୍ତ ଡାକ୍ତର ନିମାଇଁ ଚରଣ ସାହୁ। 

Advertisment

ଗୁରୁ ସିଏ ନୁହେଁ ଯିଏ କେବଳ ଛାତଛାତ୍ରୀଙ୍କୁ ସ୍କୁଲରେ ପାଠ ପଢାଏ। ପିଲାଙ୍କୁ ଶିକ୍ଷିତ କରିବା ସହ ସମାଜ ଓ ପରିବେଶ ପ୍ରତି ଥିବା ଦାୟିତ୍ୱବୋଧତାର ଜ୍ଞାନ ଦେବା ହେଉଛି ଜଣେ ଆଦର୍ଶ ଶିକ୍ଷକଙ୍କ ପରିଚୟ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟାଙ୍ଗର ଗାଁର ଶିକ୍ଷକ ନିରଞ୍ଜନ ସାହୁ ନିଜର ଶିକ୍ଷକତା ଭିତରେ ପିଲାଙ୍କୁ ପରିବେଶ ସୁରକ୍ଷା ସହ ବୃକ୍ଷରୋପଣ ପାଇଁ ମଧ୍ୟ ଉତ୍ସାହିତ କରୁଛନ୍ତି।  ଅବସର ପରେ ନିଜସ୍ୱ ଉଦ୍ୟମରେ ପିଲାମାନଙ୍କୁ ଧରି ଗାଁର ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ବୃକ୍ଷରୋପଣ କରିବା ସହ ଗାଁର ପରିମଳ ସ୍ୱଚ୍ଛ ରଖିବାରେ ଉଦ୍ୟମ ଜାରି ରଖିଛନ୍ତି। ଶାରିରୀକ ସୁସ୍ଥତା ପାଇଁ ଯୋଗ ଶିକ୍ଷା ଦେବା ସହ ବାହାରେ ମଳତ୍ୟାଗ ନ କରିବା ପାଇଁ ସେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି।  

ସେହିପରି ଢେଙ୍କାନାଳ ସହର ମହାବୀର ବଜାରରେ ରହୁଥିବା ଡାକ୍ତର ନିମାଇଁ ଚରଣ ସାହୁ ପେଶାରେ ରୋଗୀ ସେବା କରୁଥିଲେ ବି ନିଶା ତାଙ୍କର ଗଛ ଲଗାଇବା। ବୟସ ୭୪ ହେଲାଣି କିନ୍ତୁ ମାତିଛନ୍ତି ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଦିଗରେ। ଅବସର ପରେ ଏବେ ତାଙ୍କର ନିତିଦିନିଆ କାମ ହେଉଛି ବିଭିନ୍ନ ସ୍ଥାନରେ ଗଛ ଲଗାଇ ଏହାର ଯତ୍ନ ନେବା। ବର୍ତ୍ତମାନ ସୁଦ୍ଧା ସେ ୫୦ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ଗଛ ଲଗାଇ ସାରିଲେଣି।

Advertisment

ପ୍ରକୃତି ବଞ୍ଚିଲେ ମଣିଷ ବଞ୍ଚିବ। ଏକଥାକୁ ବୁଝି ପରିବେଶ ପ୍ରତି ଥିବା ଦାୟିତ୍ୱବୋଧକୁ ସମ୍ପାଦନ କରିବାକୁ ଏଭଳି ବ୍ୟକ୍ତିମାନଙ୍କ ଉଦ୍ୟମ ନିଶ୍ଚିତ ପ୍ରରଣା ଯୋଗାଇବ। 

Advertisment
Teachers Greener Environment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ