Advertisment

ଆମେ ବି କାହାଠୁ କମ୍‌ ନୁହେଁ, ଭାରିଯାନ ଚଳାଇବା ପାଇଁ ଅଂଟା ଭିଡ଼ିଛନ୍ତି ଦୁଇ ଭଉଣୀ

ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା ।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ଯାଜପୁର(ଗୁଲାମ୍‌ ଗସ୍‌): ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା । କିନ୍ତୁ ଯାଜପୁର ଜିଲା ଛତିଆ ଠାରେ ରାଜ୍ୟ ପରିବହନ ବିଭାଗ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଭାରତର ସର୍ବବୃହତ ଡ୍ରାଇଭିଂ ସେଂଟରରେ ଏବେ ମହିଳାଙ୍କୁ ଭାରିଯାନ ଅର୍ଥାତ୍ ଟ୍ରକ,ଟ୍ରଲର ଓ ବସ ଚଳାଇବା ପାଇଁ ଦିଆଯାଉଛି ମାଗଣା ତାଲିମ । ଏଠାରୁ ତାଲିମ ନେବା ପରେ ମହିଳା ମାନଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ମିଳୁଛି ସ୍ୱତନ୍ତ୍ର ସୁବିଧା ।

Advertisment

ଯାଜପୁର ବଡଚଣା ବ୍ଲକ ବରପଦା ଗାଁର ଦୁଇ ଭଉଣୀ ସୁପ୍ରଭା ଜେନା ଏବଂ ଶୁଭଦର୍ଶିନି ଜେନା । ପାରିବାରିକ ଆର୍ଥିକ ଦୁରାବସ୍ଥା ଯୋଗୁଁ କୌଣସି ଧନ୍ଦାମୁଳକ ଶିକ୍ଷା ଗ୍ରହଣ କରିପାରିନଥିଲେ ଦୁଇ ଭଉଣୀ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୁଳକ ପରିକ୍ଷା ପାଇଁ ନିଜକୁ ପ୍ରସ୍ତୁତ ହେଉଛନ୍ତି । ଏଥିସହିତ ଛତିଆ ଠାରେ ଥିବା ଭାରିଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ତାଲିମ ଗ୍ରହଣ କରିଛନ୍ତି ଏହି ଦୁଇ ଭଉଣୀ । ଯେତେବେଳେ ମହିଳା ମାନେ ନିଜକୁ ଦୁର୍ବଳ ମନେ କରି ପାଠ ପଢ଼ା ଶେଷ ପରେ ଘରେ ରହି ରୋଷେଇ କରନ୍ତି ସେତେବେଳେ ଏହି ଦୁଇ ଭଉଣୀ କିଭଳି ବସ,ଟ୍ରକ ଏବଂ ଟ୍ରଲର ଭଳି ଟନ ଟନ ଓଜନର ଗାଡି ଚଳାଉଛନ୍ତି ଏହି ଦୁଇ ଭଉଣୀ। ଏଠାରୁ ତାଲିମ ନେବା ପରେ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କୁ ସ୍ୱତନ୍ତ୍ର ସୁବିଧା ମିଳିବା ନେଇ ଆଶା ରଖିଛନ୍ତି । ଭାରିଯାନ ଚଳାଇବା କ୍ଷେତ୍ରରେ ଏହି ଦୁଇ ଭଉଣୀଙ୍କ ସଫଳତା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Advertisment

ଦେଶରେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ତୃଟିପୂର୍ଣ୍ଣ ଗାଡିଚାଳନା । ତେଣୁ ତାଲିମ ପ୍ରାପ୍ତ ଡ୍ରାଇଭର ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ଛତିଆରେ ୨୦୧୩ ମିସିହାରୁ ପ୍ରତିଷ୍ଠା ହୋଇଛି ଏହି ତାଲିମ କେନ୍ଦ୍ର । ଓଡିଶାର ବେକାର ଛାତ୍ର ଛାତ୍ରୀ ମାନଙ୍କୁ ଭାରିଯାନ ତାଲିମ ସଂପୂର୍ଣ୍ଣ ମାଗଣାରେ ଦେବା ସହିତ ମାଗଣାରେ ହଷ୍ଟେଲର ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଏହି କେନ୍ଦ୍ରରେ ଏବେ ମହିଳାଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ତାଲିମଦାତାଙ୍କ ସହିତ ରହିବା ପାଇଁ ହଷ୍ଟେଲର ସୁବିଧା କରାଯାଇଛି । ତାଲିମ ଶେଷ ହେବା ପରେ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତିର ସୁଯୋଗ ଦେଉଛି ଏହି ତାଲିମ କେନ୍ଦ୍ର । ସେଥିପାଇଁ ମହିଳା ମାନେ ଘରେ ନ ବସି ସୁପ୍ରଭା ଏବଂ ଶୁଭଦର୍ଶିନିଙ୍କ ଭଳି ଆସି ମାଗଣାରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ।

ଭାରିଯାନ ତାଲିମ ପ୍ରାୟ ୧ ମାସ ଚାଲୁଛି ଯେଉଁଥିରେ ଥିଓରି ଓ ପ୍ରାକ୍ଟିକାଲ ବିଷୟରେ ତାଲିମ ଦିଆଯାଉଛି । ତାଲିମ ଶେଷ ପରେ ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଯୋଗାଇ ଦିଆଯାଉଛି ।

Advertisment
Odisha Jajpur Motor Training
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ