Advertisment

କାଳ ହେଲା ଡଙ୍ଗା ଗୋଟାଇବା, ଚାଲିଗଲା ୨ ଭଉଣୀଙ୍କ ଜୀବନ

କାଳ ହେଲା ପାଣି ଭିତରୁ ଡଙ୍ଗା ଗୋଟାଇବା। ଯୋରରୁ ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Two sisters drown

Two sisters drown

Advertisment

କେନ୍ଦ୍ରାପଡ଼ା: କାଳ ହେଲା ପାଣି ଭିତରୁ ଡଙ୍ଗା ଗୋଟାଇବା। ଯୋରରୁ ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜଅଁରା ବାରିମୂଳ ଗାଁରେ ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୩ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୨ ବର୍ଷ ବୋଲି ଜଣାପଡ଼ିଛି। 

Advertisment

ମୃତକ ଦ୍ୱୟ ୨ ଭଉଣୀଙ୍କ ନାଁ ଶୁଭସ୍ମିତା ମଲିକ ଓ ମଧୁସ୍ମିତା ମଲିକ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ ଭଉଣୀଙ୍କ ମୃତଦେହ ଯୋରରୁ ଉଦ୍ଧାର ହୋଇଛି। 

ସୂଚନା ଅନୁସାରେ, ଆଜି ସକାଳେ ବିପିନ ମଲ୍ଲିକଙ୍କ ୨ ଝିଅ ଘର ପାଖରେ ଖେଳୁଥିଲେ। ବିପିନ କାମକୁ ଯାଇଥିବା ବେଳେ ମା’ ଘରେ କାମ କରୁଥିଲେ। ଏହି ସମୟରେ ୨ ଭଉଣୀ ଯୋରରେ ଡଙ୍ଗା ଭାସୁଥିବା ଦେଖି ତାହାକୁ ଆଣିବାକୁ ପଳାଇଥିଲେ। ହେଲେ ଅସାବଧାନତା ଯୋଗୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା ଓ ପାଣିରେ ବୁଡ଼ି ଯାଇଥିଲେ।

Advertisment

ଉଭୟଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଉଭୟଙ୍କ ମୃତଦେହ ଯୋରରୁ ଉଦ୍ଧାର କରାଯାଇଛି।  ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ