Advertisment

ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ, ପୁଣି ଗଲା ଆଉ ୨ ଜୀବନ

ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି।

Students Drown In Mahanadi

Students Drown In Mahanadi

Advertisment

ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ପାଣିରେ ବୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପାରାଦୀପରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ମୃତକ ଦ୍ୱୟ ଯୁକ୍ତ ଦୁଇ ଛାତ୍ର। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ୨ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣବଶତଃ ଉଭୟ ପାଣିରେ ବୁଡ଼ି ଯାଇଥିଲେ। 

ସୂଚନାଥାଉ କି, ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ୩ ଦିନ ପୂର୍ବେ କଟକ ଯୋବ୍ରା ଠାରେ ବୁଡ଼ି ଯାଇଥିଲେ ୩ ଛାତ୍ର। ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ। 

Advertisment

Mahanadi River Students Drown In Mahanadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ