Advertisment

ଚାହୁଁ ଚାହୁଁ ଉଜୁଡ଼ି ଗଲା ହସଖୁସିର ସଂସାର, ଆଖି ସାମ୍ନାରେ ଚାଲିଗଲା ଜୀବନ

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Two Of Family Charred To Death In Rayagada

Two Of Family Charred To Death In Rayagada

Advertisment

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନା ଅନ୍ତର୍ଗତ ଶିଖରପାଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ। 

Advertisment

ଗୁରୁତର ଅବସ୍ଥାରେ ପରିବାରର ୫ ସଦସ୍ୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଦୟାନିଧି ବେହେରା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଅନିଲ ବେହେରା, ଶ୍ରୀକାନ୍ତ ବେହେରା ଓ ବୋହୂ ସ୍ୱପ୍ନା ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

ସୂଚନାଥାଉ କି, ଗତକାଲି ଶିଖରପାଇ ଗାଁର ଦୟାନିଧିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ପରିବାରର ୫ ସଦସ୍ୟ ନିଆଁରେ ପୋଡ଼ି ହୋଇ ଚିତ୍କାର କରିଥିଲେ। ସେମାନଙ୍କର ଚିତ୍କାର ଶୁଣି ପଡ଼ୋଶୀ ଦୌଡ଼ି ଯାଇ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। 

Advertisment
Fire Mishap Fire Mishap Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ