Advertisment

G-20 ସମ୍ମିଳନୀ: ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ

ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।

ଅଦ୍ୟତନ ହୋଇଛି
G20 Summit 2023 LIVE Updates

Two Odia Tribals To Attend G 20 Summit

Advertisment

ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ। କୋରାପୁଟର ଆଦିବାସୀ ମହିଳା ରାଇମତି ଘିଉରିଆ ଓ ମୟୂରଭଞ୍ଜର ସୁବାସ ମହନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନ ଉପରେ ବିସ୍ତୃତ ତଥ୍ୟ ରଖିବେ।

Advertisment

ଏଥିସହ ଆଦିବାସୀଙ୍କ ଚାଲି ଚଲଣି, ଖାଦ୍ୟାଭ୍ୟାସ ଉପରେ ଭାଷଣ ଦେବେ। ଖାଲି ଏତିକି ନୁହେଁ ମାଣ୍ଡିଆର ଉପକାରିତା ଉପରେ ଆଲୋକପାତ ମଧ୍ୟ କରିବେ। ମିଲେଟ ମିଶନ ଦ୍ୱାରା ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି, ଏହା ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିବେ।

Advertisment

ଅନ୍ୟପକ୍ଷେ, G-20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାଲି ଭାରତ ଗସ୍ତରେ ଆସିବେ। ଭାରତ ଗସ୍ତ ସମୟରେ ବାଇଡେନ୍ ଜି-୨୦ ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶୁକ୍ରବାର ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। 

G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ