Advertisment

ଶୋଇଲା ବେଳେ ଭୁଶୁଡି ପଡ଼ିଲା କାନ୍ଥ; ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି ।

ଅଦ୍ୟତନ ହୋଇଛି
Wall Collapsed

Wall Collapsed

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାନ୍ଥ ପଡ଼ି ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଛି । ଗତ କାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ମୃତକ ଦୁଇ ଜଣ ହେଲେ ୧୦ ବର୍ଷର ଝିଅ ଯଶୋଦା ସିଂହ ଓ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର ସିଂହ ।

Advertisment

ତେବେ ମାଆ ତୁଳସୀ ଓ ତାଙ୍କ ସାନ ପୁଅ ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି । ବର୍ଷା ଯୋଗୁ ମାଟି କାନ୍ଥ ଓଦା ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ମାଆ ତୁଳସୀ କହିଛନ୍ତି ଯେ, ରାତିରେ ଶୋଇଲା ବେଳେ ହଠାତ୍‌ ମାଟି କାନ୍ଥ ଭୁଶୁଡି ପଡ଼ିଥିଲା । ସେ ନିଜର ଗୋଟିଏ ସନ୍ତାନକୁ ନେଇ ଘରୁ ବାହାରି ପଡ଼ିଥିଲା ବେଳେ ଅନ୍ୟ ଦୁଇଟି ଛୁଆଙ୍କୁ ବଞ୍ଚାଇ ପାରିନଥିଲେ । ଗ୍ରାମବାସୀ ମଧ୍ୟ ଆସି ତାଙ୍କୁ ସାହାଯ୍ୟ କରିଥିବାର ସେ କହିଛନ୍ତି ।

Wall Collapsed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ