ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା; ନିଲମ୍ବିତ ହେଲେ ଉଭୟ ଶିକ୍ଷକ ପତି ଓ ପତ୍ନୀ

ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରି କରିବା । ଉଭୟ ଶିକ୍ଷକ ପତି ଓ ପତ୍ନୀ ନିଲମ୍ବିତ..

Two government school teachers suspended for submitting fake certificate

ଜାଲ ସାର୍ଟିଫିକେଟରେ ଶିକ୍ଷକ ଚାକିରି କରିବା ପଡିଲା ମହଙ୍ଗା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ପତି ଯଯାତି ବାରିକ ଓ ପତ୍ନୀ ସସ୍ମିତା ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ୨୦୧୩ ମସିହାରେ କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲରେ ଯଯାତି ବାରିକ ଶିକ୍ଷକ ଭାବରେ ନିଯୁକ୍ତି ପଇଥିଲେ । ୨୦୧୯ ମସିହାରେ ତାଙ୍କର ରେଗୁଲାର ହୋଇଥଲା । ତେବେ ଜଣେ ସୂଚନା ଅଧିକାର କର୍ମୀ ଆରଟିଆଇ ଜରିଆରେ ଯଯାତିଙ୍କ +୩ ଓ ବିଇଡି ସାର୍ଟିଫିକେଟ ଜାଲ ଥିବା ଜାଣିବାକୁ ପାଇଥିଲେ । କେବେଳ ଯଯାତି ନୁହଁନ୍ତି ତାଙ୍କ ସ୍ତ୍ରୀ ସସ୍ମିତା ସାହୁଙ୍କ ବିରୋଧରେ ବି ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା ।

ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଦୁଇ ଶିକ୍ଷକ ପତି ପତ୍ନୀଙ୍କୁ ନିଲମ୍ବିତ କରିବା ସହ ଯଯାତି ଚାକରି ସମୟରେ ପାଇଥିବା ୧୬ ଲକ୍ଷ ୯୯ ହଜାର ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।