Advertisment

୨ ପରିବାରକୁ ସାମାଜିକ ବାସନ୍ଦ ! ଗାଁ ଲୋକଙ୍କ ସହ କଥା ହେଲେ ୫୦୦ ଟଙ୍କା ଫାଇନ୍‌

୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି।

ଅଦ୍ୟତନ ହୋଇଛି
Two Family Alleges Ostracism In Kendrapara

Two Family Alleges Ostracism In Kendrapara

Advertisment

ଜମିବାଡ଼ି ବିବାଦକୁ ନେଇ ୨ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗିରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଜମିବାଡ଼ି ବିବାଦକୁ ନେଇ ଗାଁର ପୁରନ୍ଦର ଲେଙ୍କା ଓ ତାଙ୍କ ପଡ଼ୋଶୀ ନଳିନୀକାନ୍ତ ରାଉତଙ୍କ ପରିବାରକୁ ଏକ ଘରିକିଆ କରି ରଖାଯାଇଥିବା ଅଭିଯୋଗ ହୋଇଛି।

Advertisment

ଖାଲି ଏତିକି ନୁହେଁ ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଥିବା ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ପଡ଼ୋଶୀ ନଳିନୀକାନ୍ତଙ୍କ ସହ ପୁରନ୍ଦରଙ୍କ ଜମିବାଡ଼ି ବିବାଦ ଲାଗି ରହିଥିଲା। ଏନେଇ ଉଭୟ ଗାଁ କମିଟିର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଗାଁ କମିଟି ନିଷ୍ପତ୍ତି ପରେ ବି ପୁରନ୍ଦର କୋର୍ଟରେ ମାମଲା କରିବାରୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଗାଁ କମିଟିର ନିଷ୍ପତ୍ତିକୁ ବିରୋଧ କରିବାରୁ ପଡ଼ୋଶୀ ନଳିନୀକାନ୍ତଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।  ଅନ୍ୟପକ୍ଷେ ସମସ୍ତ ଅଭିଯୋଗକୁ ଗାଁ କମିଟି ସଭାପତି ଖଣ୍ଡନ କରିଛନ୍ତି। 

Advertisment
Kangaroo Court Ostracism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ