Advertisment

BR ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ପୋଡ଼ି ହୋଇଗଲେ ୨ କର୍ମଚାରୀ

BR ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ।  SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ସମ୍ବଲପୁର: ସମ୍ବଲପୁର ସିକିର୍ଡିରେ ଥିବା BR ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ ଘଟିଛି।  SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ୱୟ ହେଲେ ରଞ୍ଜୟ କୁମାର ଯାଦବ ଓ ଗୋଲୁ କୁମାର ଯାଦବ। 

Advertisment

ରଞ୍ଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି। ଉଭୟଙ୍କ ଘର ବିହାରରେ। ରଞ୍ଜୟଙ୍କ ଘର ବିହାରର ଔରଙ୍ଗାବାଦ ହୋଇଥିବା ବେଳେ ଗୋଲୁ କୁମାରଙ୍କ ଘର ଛାପ୍ରାରେ। ଗୁରୁତର ଆହତ ଅବସ୍ଥାରେ ରଞ୍ଜୟଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଗୋଲୁ କୁମାରଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ପ୍ଲାଣ୍ଟରେ କାମ ଚାଲିଥିବାବେଳେ SMS - 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ କର୍ମଚାରୀ ପୋଡ଼ି ଯାଇଥିଲେ ଓ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଥାଉ କି, କିଛିଦିନ ପୂର୍ବେ ଏହି ପ୍ଲାଣ୍ଟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

Sambalpur BR Steel Plant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ