Advertisment

ଚିକିତ୍ସା ବଦଳରେ ଗୁଣିଗାରେଡ଼ି ଉପରେ ଭରସା, ସାପ କାମୁଡ଼ାରେ ୨ ମୃତ

ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଭରସା ରଖୁଛନ୍ତି ଲୋକେ। ହେଲେ ସେମାନଙ୍କର ଏହି ଭରସା ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛି।

Two Died Of Snake Bite

Two Died Of Snake Bite

Advertisment

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଭରସା ରଖୁଛନ୍ତି ଲୋକେ। ହେଲେ ସେମାନଙ୍କର ଏହି ଭରସା ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକ ଗୁରୁଣ୍ଡିଆ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ହେଲେ ଚାନ୍ଦିପୋଷ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି

Advertisment

ସୂଚନା ଅନୁସାର, ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲୁହୁରା ସାହିର ଜଣେ ବ୍ୟକ୍ତିଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଡାକ୍ତରଖାନାକୁ ନେବା ବଦଳରେ ଗୁଣିଆ ପାଖକୁ ନିଆଯାଇଥିଲା। ୧୨ ଘଣ୍ଟା ଯାଏ ଭିନ୍ନ ଭିନ୍ନ ଗୁଣିଆ ଗୁଣିଗାରେଡ଼ି କରି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ବିଷ ବାହାର କରି ପାରନଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡ଼ିଥିଲା। ସେ ଘରେ ଶୋଇଥିବା ବେଳେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ମଧ୍ୟ ମେଡିକାଲ ନନିଆଯାଇ ଗୁଣିଆ ପାଖକୁ ନିଆଯାଇଥିଲା। ସ୍ଥିତିରେ ପରିବର୍ତ୍ତନ ନହେବାରୁ ତାଙ୍କୁ ମେଡିକାଲ୍‌ ନିଆଯାଇଥିଲା। ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିବା ଜାଣିବା ପରେ ମମତାଙ୍କୁ ପରିବାର ଲୋକେ ପୁଣି ଗୁଣିଆ ପାଖକୁ ନେଇଥିଲେ। ଶେଷରେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ନପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ଧ ବିଶ୍ୱାସ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। 

Advertisment
Snake Bite Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ