Advertisment

ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ ! ପୁଅ ମୃତ୍ୟୁ ପରେ ବି ସୋନାଲିକୁ କ୍ଷମା ଦେବାକୁ ରାଜି

ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।

ଅଦ୍ୟତନ ହୋଇଛି
soumya

soumya

Advertisment

ବିଶ୍ୱାସ ହେଉନି କି ମନ ମାନୁନି । ପୁଅ ପାଇଁ ଅନ୍ତର କାନ୍ଦୁଛି । ଯେଉଁ ହାତରେ ତାକୁ କୋଳେଇ କାଖେଇ ବଡ଼ କରିଥିଲେ, ଆଜି ସେଇ ହାତରେ ତା’ର ଶବସତ୍କାର କରି ଆସିଛନ୍ତି । ପୁଅକୁ ହରାଇବାର ଦୁଃଖ ସହିପାରୁନାହାନ୍ତି, ହେଲେ ଆଉ ଜଣେ ବାପାକୁ କଷ୍ଟ ଦେବାକୁ ଚାହୁଁନାହାନ୍ତି । ପୁଅ ତ . ଚାଲିଗଲା ଆଉ କାହା ଜୀବନ ନଷ୍ଟ ନହେଉ । ସୁଇସାଇଡ୍ ନୋଟରେ ସୋନିଲିର ନାଁ , ତଥାପି ତା’ ଉପରେ ରାଗ ରଖିନାହାନ୍ତି ସୌମ୍ୟଙ୍କ ବାପା । ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।

Advertisment

ପୁଅ ପ୍ରେମର କଠିନ ପରୀକ୍ଷା ଦେଇପାରିଲାନି, ଆଜି ବାପାକୁ କଷ୍ଟ ଭୋଗିବାକୁ ପଡ଼ୁଛି । ପ୍ରେମ ପାଇଁ ପୁଅ ଜୀବନ ଦେଇଦେଲା ସିନା, ବାପାମା’ କୁଆଡ଼େ ଯିବେ ? କାହାକୁ ଦୋଷ ଦେବେ ? ଦୋଷ ଦେଲେ ପୁଅ କି ଆଜି ପାଖକୁ ଫେରଆସିବ । ବାପାମା’ଙ୍କୁ ଛାଡ଼ି ଆଜି ଅଜଣା ରାଇଜକୁ ଚାଲିଯାଇଛି ପୁଅ । ପୁଅକୁ ହରାଇ ବି ମନକୁ ଦୃଢ଼ କରିଛନ୍ତି ସୌମ୍ୟଙ୍କ ବାପା । ପୁଅର ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ କହୁଥିଲେ ବି ତାକୁ କ୍ଷମା କରି ଦିଆଦେବାକୁ ପ୍ରସ୍ତୁତ। ତେବେ ସେ ଆଉ କାହା ଜୀବନକୁ ଆସି ଏପରି ନଖେଳୁ ବୋଲି କହିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କ ଭଉଣୀ ସୋନାଲିକୁ କ୍ଷମା କରିପାରୁ ନାହାନ୍ତି । ଭାଇ ଆତ୍ମହତ୍ୟା କରିଥିବା କଥା ଗ୍ରହଣ କରିପାରୁନାହାନ୍ତି । ତା’ପରି ଏତେ ସରଳ, ଶାନ୍ତ ପିଲା ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଛି ମାନେ, ତା’ ହୃଦୟକୁ ବାଧିଛି । ମୋ ଭାଇନା ତା’ ପାଇଁ ହିଁ ଆମକୁ ଛାଡ଼ିଚାଲିଯାଇଛି । ତା’କୁ ଉଚିତ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି ।

Advertisment

ସେପଟେ ସମସ୍ତ ଦିଗକୁ ଧରି ଖୋଳତାଡ଼ କରୁଛି ଇନଫୋସିଟି ପୋଲିସ। ହ୍ୱାଟସଆପ୍ ଚାଟ ସହ ମୋବାଇଲ୍ କଲ୍ ଡିଟେଲ୍ସ ସଂଗ୍ରହ ସହ କିଛି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିଛି। ତାସହ ସଂପୃକ୍ତ ଯୁବତୀଙ୍କୁ ବି ପୋଲିସ ପଚରାଉଚରା କରିବ ବୋଲି କହିଛି। 

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ