Advertisment

ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ।

Twin brothers drown

Twin brothers drown

Advertisment

ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ୨ ଭାଇ ହେଲେ ମହାଲିଙ୍ଗ ଗାଁର ରୋହିତ ସାହୁଙ୍କର ୨ ପୁଅ। ଉଭୟଙ୍କ ବୟସ ୬ ବର୍ଷ। 

Advertisment

ସୂଚନା ଅନୁସାରେ, ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ଦୁଇ ପୁଅ ପିୟୁଷ ଓ ଆୟୁଷ ଆଜି ଅପରାହ୍ଣରେ ମହାଳିଙ୍ଗ ଦରଲୀ ବନ୍ଦ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ ଉଭୟ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ପ୍ରଥମେ ସେମାନଙ୍କୁ ବୋରଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚରେ ଶୋକର ଛାୟା ଖେଳିଯାଇଛି।  

Advertisment
Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ