Advertisment

ଭୀଷଣ କଷ୍ଟରେ ଛଟପଟ ଗୁଳିବିଦ୍ଧ ଦନ୍ତା

ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା । ହାତୀ ଖାଇବା ଛାଡ଼ି ଦେଇଥିବାରୁ ଏବେ ଚିନ୍ତା ଅଧିକ ବଢ଼ିବାରେ ଲାଗିଛି ।

ଅଦ୍ୟତନ ହୋଇଛି
Save Athagarh Elephant

Save Athagarh Elephant

Advertisment

ଭୀଷଣ କଷ୍ଟରେ ଛଟପଟ ହେଉଛି ଦନ୍ତା । ନା ଖାଉଛି, ନା କିଛି ପିଉଛି । ଗତ କିଛି ଦିନ ଧରି କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଆହତ ଅବସ୍ଥାରେ ପଡ଼ି ରହିଛି । ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ଲାଗିଛନ୍ତି । ହାତୀ ଖାଇବା ଛାଡ଼ି ଦେଇଥିବାରୁ ଏବେ ଚିନ୍ତା ଅଧିକ ବଢ଼ିବାରେ ଲାଗିଛି । ଆମ୍ବ, ପଣସ, ଆଖୁ, ବାଉଁଶ ପତ୍ର ଭଳି ବିଭିନ୍ନ ଫଳ ତାକୁ ଖାଇବାକୁ ଦିଆଯିବା ସତ୍ତ୍ୱେ ସେ ଗତକାଲିଠୁ ଆଜି ଖାଇବା ପରିମାଣ କମାଇ ଦେଇଛି । ଡାକ୍ତରୀ ଟିମ୍ ୮ରୁ ଅଧିକ ସାଲାଇନ୍ ଆଜି ହାତୀକୁ ଦେଇଛନ୍ତି ।

Advertisment

ଗତ କିଛିଦିନ ତଳେ ଶିକାରୀଙ୍କ ଗୁଳିର ଶିକାର ହୋଇଥିଲା ଦନ୍ତା ହାତୀ । ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା । ଦନ୍ତା ମୁଣ୍ଡରେ ଶିକାରୀର ଗୁଳି ବାଜିଥିଲା । ଶିକାରୀ ଗୁଳିରେ ଗୁରୁତର ଆହତ ହୋଇପଡ଼ିଥିଲା ଦନ୍ତାହାତୀ । କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଚିକିତ୍ସିତ ହେଉଛି ।

Save Athagarh Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ