Advertisment

ନିଜ ଗାଁରେ ହଟହଟା ହେଲେ କ୍ରୀଡ଼ାମନ୍ତ୍ରୀ : ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ଘେରିଲେ ସାଧାରଣ ଲୋକେ

ନିର୍ବାଚନ ପ୍ରଚାର କରୁଥିବା ବେଳେ ଏପରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅଦ୍ୟତନ ହୋଇଛି
 ନିଜ ଗାଁରେ କ୍ରୀଡ଼ା ମନ୍ତ୍ରୀ ହଟହଟା

ନିଜ ଗାଁରେ କ୍ରୀଡ଼ା ମନ୍ତ୍ରୀ ହଟହଟା

Advertisment

ନିଜ ଗାଁରେ କ୍ରୀଡ଼ା ମନ୍ତ୍ରୀ ହଟହଟା । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତକୁ ଯାଇଥିବା ବେଳେ ଲୋକେ ବିରୋଧ କରିଛନ୍ତି । ଦଳୀୟ କର୍ମୀଙ୍କ ଘରକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସାଧାରଣ ଲୋକେ ପାଣି ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଘେରିଥିଲେ । ଫଳରେ କ୍ରୀଡ଼ା ମନ୍ତ୍ରୀ ଜଣେ ସମର୍ଥକଙ୍କ ଘରେ ଦୁଇ ଘଣ୍ଟା ଧରି ଅଟକ ରହିଥିଲେ । ପରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ତାଙ୍କୁ ଛାଡ଼ିଥିଲେ ।

Advertisment

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ପରେ ପ୍ରଚାର କରୁଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତରେ ଘର ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ହେଲେ ହଠାତ୍‌ ପାନୀୟ ଜଳ ସମସ୍ୟାକୁ ନେଇ ସାଧାରଣ ଲୋକେ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ । ‌ଏହାପରେ ମନ୍ତ୍ରୀ ଜଣଙ୍କ ଘରେ ପଶି ଯାଇଥିଲେ । ଦୀର୍ଘ ୨ ଘଣ୍ଟା ପାଖାପାଖି ସମୟ ମନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କ ଘରେ ରହିବା ପରେ ପୁଲିସ୍‌ ପହଞ୍ଚି ତାଙ୍କୁ ସେଠାରୁ ମୁକୁଳାଇଥିଲା ।

ନିଜ ଗାଁ କଥା ବୁଝି ପାରୁନାହାନ୍ତି ମନ୍ତ୍ରୀ । ହେଲେ ଭୋଟ୍ ବେଳେ ଅଚାନକ୍ ଆବିର୍ଭାବ ହୋଇଯାଉଛନ୍ତି । ଏଯାଏଁ ସେ ଗାଁର କୌଣସି ସମସ୍ୟାର ସମାଧାନ କରି ନାହାନ୍ତି । ଆଉ ଏବେ ରାତି ଅଧରେ ପହଞ୍ଚି ପ୍ରତିଶ୍ରୁତିର ପାହାଡ଼ ଲଦି ଦେଉଛନ୍ତି । ଏପରିକି ଭୋଟ ନ ଦେଲେ ଗାଁରେ ରହିବା ମୁସ୍କିଲ କରିଦେବେ ବୋଲି ବି ଧମକ ଦେଉଛନ୍ତି। ତେଣୁ ମନ୍ତ୍ରୀଙ୍କୁ ଘେରିଥିବା କହିଛନ୍ତି ଗ୍ରାମବାସୀ।

Advertisment
Tusharkanti Behera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ