Turkish man turned barren hill into green forest
କୁହାଯାଏ ଯଦି ଚାହେଁ କ’ଣ ବା ନ କରିପାରେ। ଏହାକୁ ପ୍ରମାଣିତ କରି ଦେଖେଛନ୍ତି ଜଣେ ଅବସରପ୍ରାପ୍ତ ଫରେଷ୍ଟ୍ ଟେକ୍ନିସିଆନ୍। ସେ ଏ ଦୁନିଆକୁ ଚକିତ କରି ଏକ ବନ୍ଧ୍ୟା ପାହାଡକୁ ସବୁଜିମାରେ ଭରିଦେଇଛନ୍ତି। ଯେଉଁ ସ୍ଥାନରେ ଘାସ ବି ଟିକେ କଅଁଳୁ ନଥିଲା ତାଙ୍କ ଚମତ୍କାରରେ ବର୍ତ୍ତମାନ ସେଠାରେ ଲକ୍ଷ ଲକ୍ଷ ଗଛ ଲହରୁଛି।
ତୁର୍କୀର ହିକମେତ କାୟା ତାଙ୍କ ଜୀବନର ୨୪ବର୍ଷ ଧରି ବୋୟାବତ ଜିଲ୍ଲାର ବନ ବିଭାଗରେ ହେଡ୍ ଫରେଷ୍ଟର ଭାବରେ କାମ କରିଛନ୍ତି । ଜଙ୍ଗଲକୁ ବିସ୍ତାର କରିବା ପାଇଁ ସେ ସିନୋପ୍ ର ଏକ ବନ୍ଧ୍ୟା ପାହାଡ ଉପରେ ପ୍ରାୟ ୨୫୦ ଲକ୍ଷ ଚାରା ରୋପଣ କରିଥିଲେ, ଯାହା ଏବେ ଏକ ଜଙ୍ଗଲରେ ପରିଣତ ହୋଇଛି। ସେ ଏଥିପାଇଁ କଠିନ ପରିଶ୍ରମ କରିଥିଲେ, କାରଣ ଏହି ସ୍ଥାନ ଗଛ ଏବଂ ଉଦ୍ଭିଦ ପାଇଁ ଉପଯୁକ୍ତ ନ ଥିଲା।
ହିକମେତ କାୟା ୧୯୭୮ ମସିହାରୁ ପାହାଡ ଉପରେ ଛୋଟ ଛୋଟ ଚାରା ରୋପଣ କରିବା ଆରମ୍ଭ କରିଥିଲ। ତାଙ୍କୁ ଏକ ବିଶେଷଜ୍ଞ ଦଳ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଲୋକମାନେ ସହଯୋଗ କରିଥିଲେ। ଯାହା ଦ୍ୱାରା ଏହି ସ୍ଥାନ ଉଭୟ ମଣିଷ ଓ ପଶୁମାନଙ୍କ ପାଇଁ ଏକ ନିରାପଦ ସ୍ଥାନ ହୋଇଯାଇଛି। ୨୦୦୨ରେ ଯେତେବେଳେ ହିକମେତ ଅବସର ନେଇଥିଲେ, ସେତେବେଳେ ସେ ଏହି କାର୍ଯ୍ୟ ଜାରି କରିଥିଲେ। ବର୍ତ୍ତମାନ ସେ ଏହି ସମଗ୍ର ଅଞ୍ଚଳରେ ହିରୋ ଭାବରେ ପରିଗଣିତ ହେଉଛନ୍ତି କାରଣ ଏଠାରେ ସବୁଜ ଭୂମି ଦେଖିବା ନେଇ କେହି ବି ଆଶା କରି ନଥିଲେ। ଗଣମାଧ୍ୟମ ତରଫରୁ ମଧ୍ୟ ତାଙ୍କୁ ବହୁତ ସହଯୋଗ ମିଳିଥିଲା, ଯେଉଁଠାରେ ସେ ଏହି ପାହାଡର ପୂର୍ବ ଚିତ୍ର ଦେଖାଉଥିବା ଦେଖିବାକୁ ମିଳେ।
ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନ କରି ହିକମେତ କହିଛନ୍ତି ଯେ ଏହି ଅଞ୍ଚଳକୁ ଜଙ୍ଗଲରେ ପରିଣତ କରିବା ତାଙ୍କ ପାଇଁ ପ୍ରେରଣାଦାୟକ ଥିଲା। କିଛି ବର୍ଷ ପୂର୍ବେ ସେ ସ୍ଥିର କରିଥିଲେ ଯେ ତାଙ୍କ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଜଙ୍ଗଲ ରହିବା ଉଚିତ ଏବଂ ବର୍ତ୍ତମାନ ସେ ଏହାକୁ କରି ଦେଖେଇ ଦେଇଛନ୍ତି। ବର୍ତ୍ତମାନ ଲୋକମାନେ ୧୦ ବର୍ଷ ପୂର୍ବେ ଏହି ସ୍ଥାନଟି କିପରି ଦେଖାଯାଉଥିଲା ତାହା ଜାଣି ପାରୁ ନାହାନ୍ତି।
ଏବେ ଏହି ଜଙ୍ଗଲରେ ୩୦୦ ଲକ୍ଷରୁ ଅଧିକ ଗଛ ଓ ଉଦ୍ଭିଦ ଅଛି। ହିକେମାତ କାୟା କହିଛନ୍ତି ଯେ ଲୋକମାନେ ଗଛ ଓ ଉଦ୍ଭିଦ ସଂରକ୍ଷଣ କରନ୍ତୁ ଏବଂ ନୂଆ ଗଛ ଲଗାନ୍ତୁ। ବର୍ତ୍ତମାନ ସେ ଦୁନିଆର କେତେକ ଶ୍ରେଷ୍ଠ ଇକୋ ଯୋଦ୍ଧାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644672546.jpg)