Advertisment

ତୁଳସୀ ଚାଷ କରି ୩ ମାସରେ ୩ ଲକ୍ଷ ରୋଜଗାର କରନ୍ତୁ

ତୁଳସୀ ଏକ ଲାଭଜନକ ଫସଲ। ଖୁବ୍ କମ ଖର୍ଚ୍ଚରେ ଏଥିରୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା। ତେବେ ଆସନ୍ତୁ ଜାଣିବା ଏହାର ଚାଷ ପ୍ରଣାଳୀ।

ଅଦ୍ୟତନ ହୋଇଛି
Tulsi crop yields more earnings less investment

Tulsi crop yields more earnings less investment

Advertisment

ଯଦି ଆପଣ ଔଷଧୀୟ ଉଦ୍ଭିଦ ଚାଷ କରି କମ୍ ପୁଞ୍ଜିରୁ ଭଲ ଅର୍ଥ ଉପାର୍ଜନ କରିବାକୁ ଚାହାଁନ୍ତି, ତେବେ ତୁଳସୀ ଚାଷ ଉପରେ ଧ୍ୟାନ ଦେବା ଉଚିତ। କାରଣ ତୁଳସୀ ଚାଷ କରିବାକୁ ହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ।

Advertisment

ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ ଆପଣ ଏହି ଚାଷ ଆରମ୍ଭ କରିପାରିବେ। ତୁଳସୀ ଚାଷ ପାଇଁ ଆପଣଙ୍କୁ କେବଳ ୧୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ତୁଳସୀ ଫସଲ ବୁଣିବାର ୩ ମାସ ପରେ ହାରାହାରି ୩ ଲକ୍ଷ ଟଙ୍କାରେ ବିକ୍ରି ହୁଏ। ଡାବର, ବୈଦ୍ୟନାଥ, ପତଞ୍ଜଳି ଇତ୍ୟାଦି ବିଭିନ୍ନ ଆୟୁର୍ବେଦିକ କମ୍ପାନୀ ମଧ୍ୟ ଚୁକ୍ତିରେ ତୁଳସୀ ଚାଷ କରଉଛନ୍ତି।

କିପରି କରିବେ ତୁଳସୀ ଚାଷ?

ଏକ ଏକର କ୍ଷେତରେ ତୁଳସୀ ଚାଷ କରିବା ପାଇଁ, ୬୦୦ ଗ୍ରାମ ମଞ୍ଜି ବୁଣି ଚାରା ପ୍ରସ୍ତୁତ କରାଯାଏ। ତୁଳସୀ ଚାରା ପ୍ରସ୍ତୁତି ପାଇଁ ଉପଯୁକ୍ତ ସମୟ ହେଉଛି ଏପ୍ରିଲର ପ୍ରଥମ ସପ୍ତାହ। ପ୍ରାୟ ୧୫-୨୦ ଦିନ ମଧ୍ୟରେ ବିହନ ପ୍ରସ୍ତୁତ ହୋଇଯାଏ। ଜୁନ୍-ଜୁଲାଇ ଏହା ପାଇଁ ଉପଯୁକ୍ତ ସମୟ। ଚାରା ହୋଇଗଲା ପରେ ସେଗୁଡିକୁ ବାହାର କରାଯାଇ ଧାଡିରେ ଲଗାଯାଏ।

Advertisment

ଚାରା ମଧ୍ୟରେ ଦୂରତା:

ତୁଳସୀ ଚାରା ରୋପଣ ବେଳେ ଧ୍ୟାନ ଦିଆଯିବା ଉଚିତ ଯେ ଚାରାଗୁଡିକ ମଧ୍ୟରେ ଦୂରତା ଯେପରି ୧୨-୧୫ ଇଞ୍ଚ ରହୁଥିବା ବେଳେ ଧାଡି ମଧ୍ୟରେ ଦୂରତା ୧୫-୧୮ ଇଞ୍ଚ ରହିବା ଦରକାର। ତୁଳସୀ ଫସଲ ପାଇଁ ଗୋଟିଏ ମାସରେ ଦୁଇରୁ ତିନୋଟି ଜଳସେଚନ ଯଥେଷ୍ଟ। ତୁଳସୀ ଫସଲରେ କୌଣସି ରୋଗ କିମ୍ବା ପୋକଜୋକ ଲାଗନ୍ତି ନାହିଁ। ତୁଳସୀକୁ ଭଲ ଭାବେ ବଢାଇବା ପାଇଁ କେବଳ ଗାଇ ଗୋବର ଖତ ସାର ଭାବରେ ବ୍ୟବହାର କରାଯାଏ।

ତୁଳସୀ ଫସଲ ପ୍ରସ୍ତୁତ:

ଚାରା ରୋପଣର ୬୫-୭୦ ଦିନରେ ତୁଳସୀ ଫସଲ ପରିପକ୍ୱ ହୋଇଯାଏ। ଏହା ପରେ ତୁଳସୀକୁ କାଟି ଶୁଖାଯାଏ। ତୁଳସୀ ପତ୍ରଗୁଡିକ୍ ଶୁଖି ଗଲାପରେ ସେଗୁଡିକ ସଂଗ୍ରହ କରାଯାଏ। ଅମଳ ଭାବରେ, ଏକ ଏକର କ୍ଷେତରେ ପାଞ୍ଚ-ଛଅ କ୍ୱିଣ୍ଟାଲ ଶୁଖିଲା ପତ୍ର ମିଳିଥାଏ।

Advertisment

ବିଭିନ୍ନ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ କ୍ୱିଣ୍ଟାଲ ପିଛା ୭୦୦୦ ଟଙ୍କାରେ ତୁଳସୀ ପତ୍ର କିଣୁଛନ୍ତି। ଗୋଟିଏ ଏକର ତୁଳସୀ ଫସଲ ଉତ୍ପାଦନ ପାଇଁ ୫୦୦୦ ଟଙ୍କା ଖର୍ଚ୍ଚ ହୁଏ। ଗୋଟିଏ ଏକର ତୁଳସୀ ଫସଲ କଲେ ୩୬,୦୦୦ ଟଙ୍କା ଲାଭ ହୋଇଥାଏ। ଗୋଟିଏ ବର୍ଷରେ ତିନି ଥର ତୁଳସୀ ଚାଷ କରାଯାଇପାରେ।

Tulsi Farmimg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ