Advertisment

ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ହେଲା ମହାସ୍ନାନ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି।

ଅଦ୍ୟତନ ହୋଇଛି
Srimandira

Trinity Undergoes Purification As Blood Spill In Puri Jagannath Temple

Advertisment

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି। ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି ପରେ ଏହି ଅଘଟଣ ଘଟିଥିଲା। ଆଜି ଭକ୍ତଙ୍କ ପ୍ରବଳ ଗହଳି ଥିବାରୁ ଠେଲାପେଲା ବେଳେ ଏଭଳି ହୋଇଥିବା ଆଶଙ୍କା କରାଯାଉଛି।  

Advertisment

ଫଳରେ ବଡ଼ ମହାସ୍ନାନ ପାଇଁ ଦର୍ଶନ ବନ୍ଦ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଦର୍ଶନ ବନ୍ଦ ଥିଲା। ସୂଚନାଥାଉ କି, ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ମଧ୍ୟ କରାଯାଇଥିଲା। ଏହି ସମୟରେ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଥିଲା।

ରକ୍ତ ଛିଟା ପଡ଼ିବା ଦେଖିବା ପରେ ମହାବାହୁଙ୍କ ସବୁ ନୀତି ବନ୍ଦ କରି ମନ୍ଦିର ଭିତରେ ଶୋଧ କରିବା ସହ ମହାସ୍ନାନ କରାଯାଇଥିଲା। ଦର୍ଶନ ବନ୍ଦ ଥିବାରୁ ବଡ଼ଦାଣ୍ଡରେ ଖରାରେ ଠିଆ ହୋଇ ଭକ୍ତମାନେ ରହିଥିଲେ। ଦର୍ଶନ ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ପାଣି କିମ୍ବା ଅନ୍ୟାନ ସୁବିଧା କରାଯାଇନଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଥିଲେ। 

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ