Advertisment

ନାଁକୁ ଆଦିବାସୀ ସଂଗ୍ରହାଳୟ, ହେଲେ ନାହିଁ ଆକର୍ଷଣ

ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ

ଅଦ୍ୟତନ ହୋଇଛି
Odisha Tribal Museum

Tribal museum

Advertisment

ଆଦିବାସୀ ପରମ୍ପରା, ସଂସ୍କୃତି, ବେଶ, ପୋଷାକ, ଖାଦ୍ୟ ଓ ଚାଲିଚଳଣିକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଛି ଆଦିବାସୀ ସଂଗ୍ରହାଳୟ (Tribal museum )... । ଉଦ୍ଦେଶ୍ୟ ଶହ ଶହ ବର୍ଷର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା । ଗଜପତି ଜିଲ୍ଲାର ଦୁଇଟି ସ୍ଥାନ ସହ ଜିଲ୍ଲା ମୁଖ୍ୟାଳୟରେ ଆଉ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ଯୋଜନା ରହିଛି । ତେବେ ପ୍ରଚାର ପ୍ରସାର ଅଭାବରୁ ଏହାର ଲକ୍ଷ୍ୟ ପୂରଣ ହୋଇପାରିନି । ଅନେକ ସମୟରେ ପର୍ଯ୍ୟଟକ ଏଠାକୁ ଆସୁନାହାନ୍ତି। ସରକାରୀ ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।...

Advertisment

ଗଜପତି ଜିଲ୍ଲା ଚନ୍ଦ୍ରଗିରି ଏବଂ ସେରଙ୍ଗରେ ପ୍ରତିଷ୍ଠା ହୋଇଛି ଦୁଇଟି ଆଦିବାସୀ ସଂଗ୍ରହାଳୟ। ୨୦୨୧ ମସିହାରେ ଏ ଦୁଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଥିଲା । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏସବୁ ପ୍ରତିଷ୍ଠା କରାଯାଇଥିଲା ଏହା କେତେ ସଫଳ ହୋଇପାରିଛି ବୋଲି ପ୍ରଶ୍ନ ଉଠୁଛି।  ପ୍ରଚାର ପ୍ରସାର ଅଭାବରୁ ଲୋକେ ସଂଗ୍ରହାଳୟ ବିଷୟରେ ଜାଣିପାରୁନାହାନ୍ତି। ସଂଗ୍ରହାଳୟରେ ଆଦିବାସୀ ପରମ୍ପରା ସହ ଜଡ଼ିତ ସାମଗ୍ରୀ ନାହିଁ। ବଜାରରୁ ଅନେକ ସାମଗ୍ରୀ କିଣି ଏଠାରେ ରଖାଯାଇଥିବା କହୁଛନ୍ତି ଲୋକେ । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନାହିଁ ବୋଲି ଅଭିଯୋଗ ହେଉଛି ।..

ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିରେ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏହା ପୂରଣ ହୋଇପାରିନାହିଁ । ସଂଗ୍ରହାଳୟ ନିର୍ମାଣ ହେବାକୁ ଥିବା ସ୍ଥାନରେ ଦୁଇ ବର୍ଷ କାଳ କେବଳ ପାଚେରୀ ପକାଇ ରଖିଲା ପ୍ରଶାସନ। ପରେ ଏହି ସ୍ଥାନରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରିବାକୁ ଅନୁମତି ଦେଇଛି ପ୍ରଶାସନ । ତେଣୁ ଏହି ସଂଗ୍ରହାଳୟର ନିର୍ମାଣ ସନ୍ଦେହଘେର ମଧ୍ୟକୁ ଠେଲି ହୋଇଯାଇଛି। ବିଭାଗୀୟ ଅଧିକାରୀଙ୍କ ଟାଳଟୁଳ ନୀତି ଅବଲମ୍ବନରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଖୁବଶୀଘ୍ର ପାରଳାଖେମୁଣ୍ଡିରେ ଆଉ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ...।

Advertisment
Museum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ