Trainee SI Dies In Road Accident In Nuapada
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଉଠୁଛି ପଡୁଛି ପୁରା ପଶ୍ଚିମ ଓଡ଼ିଶା। ଏସବୁ ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିବା ଜଣେ ଟ୍ରେନି SIଙ୍କ ମୃତ୍ୟୁ ଘଟିଛି। ମୃତ SIଙ୍କ ନାଁ ସୁଧାଂଶୁ ଶେଖର ପାଣ୍ଡେ।
ସୂଚନା ଅନୁସାରେ, ସୁଧାଂଶୁ ଶେଖର ନୂଆଁଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ। ଆଜି ସକାଳେ କୌଣସି କାମରେ ବାଇକ୍ରେ ଯାଉଥିବା ବେଳେ ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଏକ କୋଇଲା ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। SI ସୁଧାଂଶୁ ଅନୁଗୁଳରେ ଟ୍ରେନିଂ ନେଉଥିଲେ।
ନୂଆଁଖାଇ ପାଇଁ ପୁରା ପଶ୍ଚିମ ଓଡ଼ିଶା ଉଠୁଛି ପଡୁଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ହେବ। ଏହାପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏଥିପାଇଁ ମନ୍ଦିର ପୂଜକମାନଙ୍କ ଘରେ ନୂଆଖାଇଁ ପାଇଁ ପ୍ରସ୍ତୁତି ଚାଲିଛି।
(ରିପୋର୍ଟ-ମାୟାଧର ସରାଫ୍, ନୂଆପଡ଼ା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1662013477.jpg)