ଏମିତି ବି ଆସେ ମୃତ୍ୟ ! ପ୍ରେସର ଦେଉ ଦେଉ ଫାଟିଗଲା ଚକା, ଚାଲିଗଲା ଜୀବନ

ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ଶାସଙ୍ଗ ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଥିବା ସୂଚନା ରହିଛି ।

Tractor Tire Blast

ଏମିତି ବି ଆସେ ମୃତ୍ୟୁ । ଟ୍ରାକ୍ଟର ଚକାରେ ଦିଆଯାଉଥିବା ପମ୍ପ । ହଠାତ୍‌ ଫାଟିଗଲା ଚକା । ଆଉ ଚାଲିଗଲା ଏକ ନିରୀହ ଜୀବନ । ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମୃତ । ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ଶାସଙ୍ଗ ଛକରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଥିବା ସୂଚନା ରହିଛି ।

ଆନନ୍ଦପୁର ଥାନା ତରଭା ଗାଁର ସଞ୍ଜିବ ସେଠୀଙ୍କ ଟ୍ରାକ୍ଟରରେ ମାଧବ ଜେନା ଚାଳକ ଭାବେ କାମ କରନ୍ତି । ଆଜି ଉଭୟ ଟ୍ରାକ୍ଟର ଚକା ମରାମତି କରିବା ପାଇଁ ଶାସଙ୍ଗ ଛକରେ ଥିବା ଏକ ଗ୍ୟାରେଜକୁ ଯାଇଥିଲେ । ସେଠାରେ ଟ୍ରାକ୍ଟର ଚକରେ ପ୍ରେସର ଦେଲା ବେଳେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକ ମାଧବ ଜେନାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ମାଲିକ ସଞ୍ଜିବ ସେଠୀ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ସଞ୍ଜିବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।