Advertisment

ରାଜକୀୟ ଢଙ୍ଗରେ ପାଳନ ହେଲା ବିଶ୍ୱର ସବୁଠାରୁ ବୟସ୍କ କଇଁଛର ଜନ୍ମଦିନ

କଇଁଛକୁ ହୋଇଛି ୧୯୦ ବର୍ଷ। ଏହାର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି। ଚାରି ଫୁଟ ଉଚ୍ଚର ଜୋନାଥନ୍ ଦକ୍ଷିଣ ପ୍ରଶାନ୍ତର ସେଣ୍ଟ୍ ହେଲେନା ଦ୍ୱୀପରେ ରୁହେ। ଏବେ ତା’ର ଐତିହାସିକ ଜନ୍ମବାର୍ଷିକୀ ପାଳନ ପାଇଁ ଉତ୍ସବ କରାଯାଇଛି।

ଅଦ୍ୟତନ ହୋଇଛି
Tortoise jonathan's 190th birthday

Tortoise jonathan celebrates his 190th birthday

Advertisment

ଦୁନିଆରେ ସବୁଠାରୁ ଅଧିକ ବର୍ଷ ବଞ୍ଚୁଥିବା ପ୍ରାଣୀ ହେଲା କଇଁଛ। ଏବେ ଏକ କ‍ଇଁଛକୁ ୧୯୦ ବର୍ଷ ହୋଇଛି। ଏହାର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି। ଜୋନାଥନ୍ ନାମକ ଏହି କଇଁଛଟି ଦୁନିଆର ସବୁଠାରୁ ବୟଷ୍କ କଇଁଛ। ଚାରି ଫୁଟ ଉଚ୍ଚର ଜୋନାଥନ୍ ଦକ୍ଷିଣ ପ୍ରଶାନ୍ତର ସେଣ୍ଟ୍‌ ହେଲେନା ଦ୍ୱୀପରେ ରୁହେ। ଏବେ ତା’ର ଐତିହାସିକ ଜନ୍ମବାର୍ଷିକୀ ପାଳନ ପାଇଁ ଉତ୍ସବ କରାଯାଇଛି।

Advertisment

ଏହା ଚଳିତ ସପ୍ତାହ ଶେଷରେ ତିନି ଦିନିଆ ପାର୍ଟି ସହିତ ଶେଷ ହେବ। ଏହି କଇଁଛଟି ବର୍ତ୍ତମାନ ଅନ୍ଧ ହୋଇଯାଇଛି। ଏହାକୁ ପ୍ରଥମେ ୧୮୮୨ରେ ସେଚେଲ୍ସରୁ ବ୍ରିଟିଶ ଅଞ୍ଚଳକୁ ଅଣାଯାଇଥିଲା। ସେତେବେଳେ ଏହା ପ୍ରାୟ ୫୦ ବର୍ଷର ହୋଇଥିଲା।

ଜୋନାଥନଙ୍କୁ ତତ୍କାଳୀନ ରାଜ୍ୟପାଳ ସାର୍ ୱିଲିୟମ୍ ଗ୍ରେ-ୱିଲସନ;ଙ୍କୁ ଉପହାର ସ୍ୱରୂପ ଦିଆଯାଇଥିଲା ଏବଂ ବର୍ତ୍ତମାନର ରାଜ୍ୟପାଳ ନିଗେଲ ଫିଲିପ୍ସ ରହୁଥିବା ପ୍ଲାଣ୍ଟେସନ ହାଉସ୍‌ରେ ଏହା ରହୁଛି। ସେ ତା’ର ଦ୍ୱୀପରେ ୩୧ ଜଣ ରାଜ୍ୟପାଳଙ୍କୁ ଦେଖିଛି।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ବୟସ୍କ କଇଁଛ..ଯାହାର ବୟସ ୧୯୦..ଜାଣନ୍ତୁ ରହୁଛି କେଉଁଠି...

ଜୋନାଥନ୍‌ର ଆନୁମାନିକ ବୟସ ସେତେବେଳେ ଜଣାପଡିଥିଲା ଯେତେବେଳେ ତାକୁ ୧୮୮୨ ରୁ ୧୮୮୬ ମଧ୍ୟରେ ନିଆଯାଇଥିବା ଏକ ପୁରୁଣା ଫଟୋଗ୍ରାଫରେ ଦେଖିବାକୁ ମିଳିଥିଲା। ତାକୁ ଏକ ବଗିଚାରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଜୋନାଥନ୍‌କୁ ବିଶ୍ୱର ସର୍ବ ପୁରାତନ ଜୀବ ଭାବରେ ଗିନିଜ୍‌ ରେକର୍ଡସର ଆଖ୍ୟା ଦିଆଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଇଁଛର ରେକର୍ଡ ବଜାୟ ରହିଛି।

Advertisment

ଏହା ପୂର୍ବରୁ ରେକର୍ଡରେ ଥିଲା ତୁଇ ମାଲିଲା। ଏହି କଇଁଛଟି ୧୯୫୬ ମସିହାରେ ପ୍ରାୟ ୧୮୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲା। ପ୍ରାୟ ୧୭୭୭ ମସିହାରେ କ୍ୟାପ୍‌ଟେନ୍ ଜେମ୍ସ କୁକ୍ ଟୋଙ୍ଗା ରାଜପରିବାରକୁ ଏହି କଇଁଛ ଦେଇଥିଲେ। ଏହା ବିଶ୍ୱାସ କରାଯାଏ ଯେ ଜୋନାଥନ୍‌ର ଜନ୍ମ ୧୮୩୨ ମସିହାରେ ହୋଇଥିଲା। ଏହାର ପ୍ରକୃତ ତାରିଖ ଜଣା ପଡିନାହିଁ। ରାଜ୍ୟପାଳ ଫିଲିପ୍ସ ଡିସେମ୍ବର ୪ରେ ଏହାର ଜନ୍ମଦିନ ପାଳନ କରିଛନ୍ତି।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ