Advertisment

ଲୋକଙ୍କୁ ଆତଙ୍କିତ କରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ, ବିଷ ଦିଆଯାଇଥିବା ସୂଚନା

୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍‌ ଖୋଜୁଥିଲା।

ଅଦ୍ୟତନ ହୋଇଛି
Top Naxal Commander Sandeep Yadav Found Dead

Top Naxal Commander Sandeep Yadav Found Dead

Advertisment

୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍‌ ଖୋଜୁଥିଲା। ମୃତ୍ୟୁ ବେଳକୁ ସନ୍ଦୀପକୁ ୫୫ ବର୍ଷ ବୟସ ହୋଇଥିଲା। ତା’ ବିରୋଧରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏହି ୬ଟି ରାଜ୍ୟରେ ୫୦୦ରୁ ଅଧିକ ମାମଲା ଥିଲା। 

Advertisment

ସନ୍ଦୀପକୁ ଧୋକା ଦେଇ ବିଷ ଦିଆଯାଇଥିବା ଜଣାପଡିଛି। ବିଭିନ୍ନ ରାଜ୍ୟରେ ସନ୍ଦୀପ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷରୁ ଅଧିକ ଟଙ୍କା ହେବ। ଗତ ୩ ଦଶନ୍ଧି ହେଲା ୬ଟି ରାଜ୍ୟର ଲୋକଙ୍କ ମନ ଭିତରେ ଭୟ ସଞ୍ଚାର କରିବା ସହ ପୋଲିସର ନିଦ ହଜାଇ ଦେଇଥିଲା ନକ୍ସଲ କମାଣ୍ଡର ସନ୍ଦୀପ ଯାଦବ। ସନ୍ଦୀପର ମୃତ୍ୟୁରେ ନକ୍ସଲ ସଂଗଠନକୁ ଏକ ବଡ ଝଟ୍‌କା ଲାଗିଥିବା କୁହାଯାଉଛି। 

ସନ୍ଦୀପ ମୁଖ୍ୟତଃ ବିହାରର ଗୟା ଜିଲ୍ଲାର ବାସିନ୍ଦା। ନକ୍ସଲ ସଂଗଠନରେ ସେ ସାମିଲ ହେବା ପରେ ବିଭିନ୍ନ ଅଞ୍ଚଳକୁ ବଦଳି ହେବା ସହ ସେହି ଅଞ୍ଚଳରେ ବଡ଼ ବଡ଼ ଅଘଟଣ ଘଟାଇ ପୋଲିସ୍‌ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା। ଏପରିକି ସେ ଅନେକ ପୋଲିସ୍‌ କର୍ମୀଙ୍କ ଜୀବନ ମଧ୍ୟ ନେଇଛି। କିଛିଦିନ ପୂର୍ବେ ସେ ବୋମା ବିସ୍ଫୋରଣରେ ଆହତ ହୋଇଥିଲା। ଫଳରେ ବଡ ବଡ ଅଘଟଣ ଘଟାଇବା ପାଇଁ ସେ ଭୟ କରୁଥିଲା।

Advertisment

ପ୍ରଥମ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜଣେ ନକ୍ସଲର ଘରେ ରେଡ୍‌ କରିଥିଲା। ଚଢ଼ଉ ସମୟରେ ସନ୍ଦୀପର ୮୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା। ସନ୍ଦୀପର ମୃତ୍ୟୁକୁ ନେଇ ପୋଲିସ୍‌ ଏବେ ଏହାର ତଦନ୍ତ ଆରମ୍ଭ କରିଛି।

Naxal Naxal Commander Sandeep Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ