Advertisment

କାହାର ହେବ ପିପିଲି? କାଲି ଭୋଟ୍‌, ୩ରେ ଫଳ

ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି।

Pipili BY Election

Pipili BY Election

Advertisment

ପିପିଲି: ପିପିଲିରେ ହେବ କାହାର ବିଜୟ? ମହାରଥୀଙ୍କ ଗଡରେ କିଏ ମାରିବ ବାଜି ? ଆସନ୍ତାକାଲି ପିପିଲି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ହେଉଥିବା ବେଳେ ବଢିଛି ରାଜନୈତିକ ତାତି। ଏପଟେ ଭୋଟ ଗ୍ରହଣ ଲାଗି ସରିଛି ପ୍ରସ୍ତୁତି ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଇଭିଏମ୍ ଓ ଭିଭିପ୍ୟାଟର ଚେକିଂ ସାଙ୍ଗକୁ ଆନୁସାଙ୍ଗିକ କାଗଜପତ୍ରର ଯାଞ୍ଚ କରାଯାଉଛି। କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ରେ ସରିବ। ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ବେଳେ କୋଭିଡ ଗାଇଡାଲାଇନର କଡ଼ାକଡି ପାଳନ କରାଯିବ। ନିର୍ବାଚନ ମଣ୍ଡଳୀର ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି । ସେଥିଲାଗି ୧୭୫ଟି ବୁଥରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ରହିବେ। ସମସ୍ତ ବୁଥରେ କଡା ସରୁକ୍ଷା ବ୍ୟବସ୍ଥା କରାଯାଇଛି। ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନି ବିଏସ୍ଏଫଙ୍କୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପୁରୀ ଜିଲ୍ଲାପାଳ ଓ ଏସ୍ପି ଆଜି ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ବୁଥରେ ପହଞ୍ଚି ଭୋଟ୍ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

Advertisment

ଏପଟେ ଭୋଟଗ୍ରହଣ ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ବଳଙ୍ଗା ଥାନା ବିସ୍ଫୋରଣ ପରେ ତେଜିଛି ଆରୋପ ପ୍ରତ୍ୟାରୋପ। ବିଜେପିକୁ ଆଗରୁ କଣ ଆଇନଶୃଙ୍ଖଳା ସ୍ଥିତି ଦେଖାଯାଇନଥିଲା, ଭୋଟର ୪୮ ଘଣ୍ଟା ପୂର୍ବରୁ ହଠାତ୍ ଜଣା ପଡିଗଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ପୂର୍ବରୁ ଘଟିଥିବା ଘଟଣାକୁ ନେଇ ପ୍ରତାପ କହିଛନ୍ତି, ନିଜ ଅଫିସ୍‌ରେ ନିଜେ ବୋମା ପକାଇ ବିଜେପି ଡ୍ରାମା କରୁଛି। ଏହା ବିଜେପିର ରାଜନୈତିକ ଚାଲ ବୋଲି ସେ ଅଭିଯୋଗ କରିଛନ୍ତି। ଜବାବରେ ବିଜେପି କହିଛି ଦଳୀୟ ଅଫିସ୍କୁ ବୋମା ମାଡ ହୋଇଛି, କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି। ତାସତ୍ତ୍ୱେ ଆଇନଶୃଙ୍ଖଳା ପରସ୍ଥିତି ନାହିଁ ବୋଲି ବିଜେଡି କହିବା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସ ବି ଜୋରଦାର ଢଙ୍ଗରେ ବର୍ଷିଛି।

Advertisment

ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମହାରଥୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ବି ଜୋରଦାର ପ୍ରୟାସ କରିଛି। ତେବେ ପିପିଲିର ଜନତା ଜନାର୍ଦ୍ଦନ କାହା ସପକ୍ଷରେ ମତ ଦେଉଛନ୍ତି, ୩ ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ।

Pipili By-Poll Pipili Pipili By-Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ