Advertisment

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।

ଅଦ୍ୟତନ ହୋଇଛି
Two New Judges Take Oath In Orissa High Court

Two New Judges Take Oath In Orissa High Court

Advertisment

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ନେଇଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।  

Advertisment

ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ଯଶୋବନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିବା ବେଳେ କଲିକତା ହାଇକୋର୍ଟରୁ ଜଷ୍ଟିସ ଅରିନ୍ଦମ ସିହ୍ନା ବଦଳି ହୋଇ ଆସିଛନ୍ତି।  ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ତଥାପି ଆହୁରି ୧୩ଟି ପଦ ଖାଲି ପଡ଼ିଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୨୭। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି ନେଇ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଥିବାବେଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା। ଓଡ଼ିଶା ହାଇକୋର୍ଟ ବିଚାରପତି ସଞ୍ଜୟ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା।

Orissa High Court Judge Of Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ