Advertisment

କାଠ ପଟାରେ ଚିତ୍ର କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ହେଲେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

CM Naveen Patnaik

CM Naveen Patnaik

Advertisment

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ହେଲେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ବୋଲି ନବୀନ କହିଛନ୍ତି।  କୋଭିଡ୍ ଯୋଗୁ ଗତ ଦେଢ଼ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ। ତେଣୁ ନବୀନ ନିବାସ ନଆସି ମହତ କାର୍ଯ୍ୟରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ଏହା ତାଙ୍କ ପାଇଁ ସବୁଠୁ ବଡ଼ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ, କାଠ ପଟାରେ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଅରୁଣ ସାହୁ। ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟେଇକୋଳି ଗାଁର ଅରୁଣ ଏକ କାଠ ଚିତ୍ର ସହ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଦୁଇ ଖଣ୍ଡ କାଠ ପଟାରେ ତିଆରି ହୋଇଛି ଏହି ଚିତ୍ର। ଗୋଟିଏ କାଠ ପଟାକୁ କଳା ରଙ୍ଗ ଦିଆଯାଇ ଥିବାବେଳେ ତା’ ଉପରେ ଧଳା କାଠ ପଟାକୁ ଅଠା ଲଗାଯାଇଛି। ଧଳା କାଠ ପଟାକୁ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ମୁହଁ ଆକୃତି କରାଯାଇଛି। କଳା କାଠ ପଟାରେ ଲଗାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସ୍ପଷ୍ଟ ଭାବେ ଦିଶୁଛି। ଏଥିସହ ଚିତ୍ର ତଳେ ଛୋଟ ଛୋଟ କାଠ ଟୁକୁରା କାଟି ଇଂରାଜୀ ଅକ୍ଷରରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦିଆଯାଇଛି। 

Odisha CM Naveen Patnaik Naveen Patnaik Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ