Astrospeak
  • Live TV
  • Read In English

ଆଜି ଶ୍ରୀଜିଉଙ୍କ ସୁନା ବେଶ କିନ୍ତୁ ଭକ୍ତଙ୍କ ମନ୍ଦିର ପ୍ରବେଶ ନିଷେଧ

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା

SunaBesa
Suna Besha

News Summary

ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ

କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ଭକ୍ତଙ୍କ ପ୍ରବେଶ ଉପରେ ରହିଛି କଟକଣା

ଭୁବନେଶ୍ୱର: ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ। ମାସକ ଯାକ ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀଙ୍କ ପାଇଁ ଅନ୍ତିମ ଦିନ । ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତର ଶେଷ ଦିନ ପାଳନ କରିବେ ହବିଷ୍ୟାଳି । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ।

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା । କରୋନା କଟକଣା ଥିବାରୁ କିଛି ସ୍ଥାନରେ ବୋଇତ ବନ୍ଦାଣ ବନ୍ଦ ଥିବା ବେଳେ ଆଉ କେତେକ ସ୍ଥାନରେ କଟକଣାକୁ ଫୁ କରି ଲୋକେ ବୋଇତ ଭସାଣ କରିଥିବା ଦେଖିବାକୁ ମିଳିଛି । ପୁରୀ ସମୁଦ୍ର ବେଳାଭୂମୀରେ ଲୋକେ ଡଙ୍ଗା ଭସାଣ କରୁଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା ପରମ୍ପରା ରହିଛି। ତେଣୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ ।