Similipal National Park
ଆଜି କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଲେଣି।ଦୁଇଦିନ ପୂର୍ବରୁ ଲଘୁଚାପ ଲଗାଣ ବର୍ଷା ହବା ପରେ ଏବେ ଶୀତ ଆହୁରି ବଢୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୭ଟା ପୂର୍ବରୁ ଦୋକାନ ବଜାର ଖାଁ ଖାଁ ହୋଇ ଯାଉଛି। ସେହିପରି ସକାଳୁ ଘନ କୁହୁଡି ସହିତ ଜାଡରେ ଥରୁଛି ମୟୁରଭଞ୍ଜ। ଆଜି ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ରହିଛି ।ସେହିପରି ଘନ କୁହୁଡି ଏବଂ ଖରାପ ପାଗ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପୂର୍ବରୁ ୩ ଦିନ ବନ୍ଦ କରିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ ।
ସେହିପରି ଆଜି ସରକାରଙ୍କ ଜାନୁଆରୀ ମାସର ନୁତନ ଗାଇଡ ଲାଇନ ଅନୁଯାୟୀ ଅଭୟାରଣ୍ୟରେ ଲୋକଙ୍କ ପ୍ରବଳ ଜନ ସମାଗମ ଦୃଷ୍ଟିରେ ରଖି ଆଜି ବି ଶିମିଳିପାଳ ଅଭୟାରଣ୍ୟକୁ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି । ଏନେଇ ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି କର୍ତ୍ତୃପକ୍ଷ। ଏ ନେଇ ଉତ୍ତର ଶିମିଳିପାଳର ଡେପୁଟି ଡ଼ାଇରେକ୍ଟର ସାଇ କିରଣ ଡି.ଏନ ଟୁଇଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । କେବଳ ଦିନରେ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ ଅନ୍ୟମାନେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ପାରିବେ ।ତେବେ DayTourist ମାନଙ୍କୁ ଶିମିଳିପାଳ ଅଭୟାରଣ୍ୟ ବୁଲିବାରରେ ବାରଣ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641108436.jpg)