Advertisment

କାଲି ଫଳକ ବଦଳାଇଥିଲା, ଆଜି ପଟ୍ଟା ଓ ଭତ୍ତା ପାଇଁ ଲୋକଙ୍କୁ ପ୍ରଲୋଭିତ କଲା ଆନ୍ଧ୍ର

କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି। ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା , ଭତ୍ତା ପାଇଁ ପ୍ରଲୋଭିତ କରୁଛି

ଅଦ୍ୟତନ ହୋଇଛି
Kotia

Kotia

Advertisment

କୋଟିଆ: କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି। ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା , ଭତ୍ତା ପାଇଁ ପ୍ରଲୋଭିତ କରୁଛି। ବିଦ୍ୟାଳୟ ନଥାଇ ବିଦ୍ୟାଳୟ କମିଟି ଗଠନ କରିବା , ଅଙ୍ଗନବାଡି ସ୍ଥାୟୀ ଗୃହ ନ ଥାଇ ପୁଷ୍ଟିକର ଖାଦ୍ୟ ମେଳା କରିବା ପରି ଅନେକ କାର୍ଯ୍ୟ କରୁଛି ଆନ୍ଧ୍ର। ଆଜି ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଟିଆ ଠାରେ ଏକ ମେଘା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ୧୦୨ ଜଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

Advertisment

ଗାଁ ଗାଁ କୁ ଗାଡି ପଠାଇ ରୋଗୀଙ୍କୁ ଆଣି ମଧ୍ୟ ଚିକିତ୍ସା କରି ଗାଁରେ ଛାଡିଥିବା ଦେଖିବାକୁ ମିଳିଥିଲା।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଟାଙ୍ଗିର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା।୧୦୨ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଥିବା ନେଇ ସୂଚନା ମିଳିଛି। ସେହିଭଳି ସମନ୍ୱିତ ଶିଶୁ ବିକାଶ ବିଭାଗର ସିଡିପିଓ ଅନୁଭା ନାୟକଙ୍କ ଅଧ୍ୟକ୍ଷତାରେ ପୃଥକ ଭାବେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଗର୍ଭବତୀ ମହିଳା,ପ୍ରସୂତୀ ମାତା ଏବଂ ଛୁଆ ମାନଙ୍କୁ କିଭଳି ଘରେ ରହିଥିବା ପୋଷଣ ଖାଦ୍ୟ ଖାଇ ସୁସ୍ଥ ରହିପାରିବେ ସେଥିନେଇ ଉପସ୍ଥିତ ରହିଥିବା ଅଧିକାରୀ ଗଣ ସଚେତନ କରାଇଥିଲେ। ତେବେ ଆନ୍ଧ୍ରର ଦାଦାଗିରିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।

Odisha Kotia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ