ଚାଓମିନ୍‌ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

୩ ଜଣଙ୍କୁ ମୃତ ଘୋଷଣା କଲେ ମୋହନା ମେଡିକାଲ ଡାକ୍ତର ।

Chowmein

ମୋହନାରେ ଚାଓମିନ୍ ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀ ମୃତ । ନାରାୟଣ ନଗରରେ ଥିବା ଫ୍ୟାକ୍‌ଟ୍ରିରେ ଶ୍ୱାସରୁଦ୍ଧ ହୋଇ ମୃତ । ୩ ଜଣଙ୍କୁ ମୃତ ଘୋଷଣା କଲେ ମୋହନା ମେଡିକାଲ ଡାକ୍ତର ।

ଗଜପତି ଜିଲ୍ଲା ମୋହନା ନାରାୟଣନଗରରେ ଏକ ଚାଓମିନ ଫ୍ୟାକ୍‌ଟ୍ରୀରେ ରାତିରେ ଗ୍ୟାସ ଲିକ ହୋଇଥିଲା । ଏଥିରେ ଶ୍ରମିକମାନେ ଶ୍ଵାସ ରୂଦ୍ଧ ହୋଇ ମୃତ୍ୟୃ ବରଣ କରିଥିବା କୁହାଯାଉଛି । ତେବେ ମୃତକମାନେ ହେଲେ ଗଂଜାମ ନିମଖଣ୍ଡି ଗାଁର ଅରୁଣ ସାହୁ ଓ ମୋହନା ଥାନା କାମ୍ପାଗୁଡା ଗାଁର ମୁଠା ଦଳେଇ ଓ ସୁନୀଲ ଦଳେଇ ।

ଗ୍ୟାସ୍‌ଲିକ୍‌ ହେବା ପରେ ଶ୍ରିମକମାନେ ପ୍ରଥମେ ଅଚେତ ହୋଇ ପଡ଼ିଥିଲେ । ସକାଳେ ଅଗ୍ନିଶମ ବାହିନୀ ପହଂଚି କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।