Three Minor Boys Drown In Pond In Kendrapara
ପୋଖରୀରେ ବୁଡ଼ି ୩ ଶିଶୁ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏହି ଅଘଟଣ ଘଟିଛି। ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଗାଁର ୩ ଜଣ ନାବାଳକ ପୋଖରୀରେ ଗାଧୋଇବା ବେଳେ ବୁଡି ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁସାରେ, ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ, ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟ ପିଲାମାନେ ଚିତ୍କାର କରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।
ପିଲାମାନଙ୍କୁ ଉଦ୍ଧାର କରାଯାଇ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671786572.jpg)