Advertisment

ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିପାରିବନି ମୂଷାଙ୍କ ପ୍ରାଦୁର୍ଭାବ ରୋକିବା ମେସିନ

ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।

ଅଦ୍ୟତନ ହୋଇଛି
Threat To Idols At Puri Jagannath Temple Due To Rodent

Threat To Idols At Puri Jagannath Temple Due To Rodent

Advertisment

ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି। ଜଣେ ଶ୍ରଦ୍ଧାଳୁ ଏହି ମେସିନକୁ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଥିବା ସୂଚନା ମିଳିଛି। ଏହି ମେସିନକୁ ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଲଗାଯାଇଛି।

Advertisment

ଏହି ମେସିନରୁ ଏକ ବିପ୍ ବା ହମିଂ ଶବ୍ଦ ବାହାରୁ ଥିବାରୁ ମହାପ୍ରଭୁଙ୍କ ଶୟନରେ ବାଧା ସୃଷ୍ଟି ହେବ। ତେଣୁ ଏହି ମେସିନ ଗର୍ଭଗୃହରେ ଲାଗିପାରିବ ନାହିଁ। ସେବାୟତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ମହାପ୍ରଭୁଙ୍କ ଶୟନ ସମୟରେ ଜୟ ବିଜୟ ଦ୍ୱାର ଠାରୁ ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିବା ସହ ସମ୍ପୂର୍ଣ ପରିବେଶ ନିସ୍ତବ୍ଧ ରହିବାର ବିଧି ରହିଛି।

ମେସିନରୁ ଶବ୍ଦ ବାହାରୁଥିବାରୁ କିଛି ସେବାୟତ ବିରୋଧ ବି କରିଥିଲେ। ତେଣୁ ଏହି ମେସିନ ନଲଗାଇବା ପାଇଁ ପ୍ରାଥମିକ ଭାବେ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ ପାରମ୍ପରିକ ଉପାୟରେ ମୂଷାଙ୍କ ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି। ଗୁଡ ଦିଆଯାଇ କାଠ ଯନ୍ତାରେ ମୂଷାଙ୍କୁ ଧରାଯିବା ସହ ଅସରପା ପାଇଁ ଚୂଆ ପକାଯାଉଛି। 

Advertisment

ସୂଚନାଥାଉ କି, ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବଡ଼ ବଡ ମୂଷା, ଅସରପା ବୁଲୁ ଥିବାରୁ ଏଥିଯୋଗୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖା ଦେଇଥିବା ଜଣାପଡ଼ିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ। କାରଣ ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି। 

Puri Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ