Advertisment

ରାଜଧାନୀ ଆକାଶରେ ବାୟୁବୀରଙ୍କ ଜଲଓ୍ୱା: ସୂର୍ଯ୍ୟକିରଣ ଶୋ'ରେ ଅବିଭୁତ ଭୁବନେଶ୍ୱରବାସୀ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ।

Suryakiran Show

Suryakiran Show

Advertisment

ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍ MK-132 ଫାଇଟର ଏୟାରକ୍ରାଫ୍ଟ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ। ଦୀର୍ଘ ୨୦ ମିନିଟ୍‌ରୁ ଅଧିକ ସମୟ ଧରି ଦେଖାଇ ଚାଲିଲେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଫରମେସନ୍।  କ୍ରସ୍, ଲୁପ୍ସ ଅବା ବ୍ୟାରେଲ ରୋଲସ୍। ସୂର୍ଯ୍ୟକିରଣ ଏରୋବ୍ୟାଟିକସ୍ ଟିମ୍ ମେମ୍ବରଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରତିଟି ରଣକୌଶଳରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ଭାରତୀୟ ବାୟୁସେନାର ପରାକାଷ୍ଠା। ଏହି ମନରୋମ ଶୋକୁ ଉପଭୋଗ କରିବାକୁ ସାମିଲ ହୋଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ଚିଫ୍-ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ।

Advertisment

ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ ଟିମ୍‌ର ରଙ୍ଗାରଙ୍ଗ ଏୟାର ସୋ ଦେଖିବାକୁ ଆଜି ସକାଳୁ ଲୋକରଣ୍ୟ ହୋଇ ଉଠିଥିଲା କୁଆଖାଇ ନଦୀପଠା ଢେର ଆଗରୁ ସୂଚନା ପାଇଥିବାରୁ ହଜାର ହଜାର ଦର୍ଶକ କୁଆଖାଇ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ସ୍କୁଲ ପିଲା ଓ ଏନସିସି କ୍ୟାଡେଟ୍ ବି ସୁଯୋଗ ହାତଛଡ଼ା କରିନଥିଲେ। ସାଢ଼େ ୯ଟା ବେଳକୁ ଇଣ୍ଡିଆନ ଏୟାର ଫୋର୍ସର ଏକ ହେଲିକପ୍ଟର ପ୍ରଥମେ ସୁରକ୍ଷା ତଦାରଖ କରି ଗ୍ରୀନ୍ ସିଗନାଲ୍ ଦେବା ପରେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଦୁଃସାହସିକ ଏୟାର ସୋ।

୨୦ ମିନିଟ୍‌ରୁ ଅଧିକ ସମୟ ଧରି ମଜା ନେଇଥିଲେ ଦର୍ଶକ। ଏତେ ଉଦବୁଦ୍ଧ ହୋଇଯାଇଥିଲେ ଯେ, ଭାରତୀୟ ବାୟୁସେନାକୁ ପ୍ରଶଂସାରେ ପୋତି ପକାଇଥିଲେ। ହାତରେ ତ୍ରିରଙ୍ଗା ସହ ଭାରତ ମାତାର ଜୟଗାନରୁ ଠିକ୍ ଠଉରେଇ ହେଉଥିଲା ଜାତୀୟତା ବୋଧର ଝଲକ୍। ଭୁବନେଶ୍ୱରରେ ଭରପୁର ଦର୍ଶକଙ୍କ ଆଗରେ କୌଶଳ ଦେଖାଇ ବେଶ୍ ଖୁସି ଅନୁଭବ କରିଥିଲେ ସୂର୍ଯ୍ୟକିରଣ ଟିମ୍ ଲିଡର।

Advertisment

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୂର୍ବ ଭାରତର ଯେଉଁ ୫ଟି ସ୍ଥାନରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ ପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି। ତା ମଧ୍ୟରେ ରହିଛି ଭୁବନେଶ୍ୱର ଓ ପୁରୀ। ରାଜଧାନୀବାସୀ ଆଜି ଚିତାକର୍ଷକ କୌଶଳ ଦେଖି ଅବିଭୁତ ହୋଇଥିବାବେଳେ ୧୮ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍‌ରେ କାର୍ଯ୍ୟକ୍ରମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ସେ ଦିନ ପାଗ ଖରାପ ରହିବାର ଆଶଙ୍କା ଥିବାରୁ ଆସନ୍ତାକାଲି ସୋ ପ୍ରଦର୍ଶନ ହେବ, ପାଗ ଭଲ ରହିଲେ ପୁଣି ଏହାର ପୁନଃପ୍ରଦର୍ଶନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ।

IAF Air Show In Bhubaneswar Suryakiran Air Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ