Bahuda river
ନଈରେ ଭାସୁଛି ପୂଳାପୂଳା ମଲା ମାଛ । ଦେଖିଲେ ହଠାତ୍ କିଛି ବୁଝାପଡିବନି ଏମିତି ମାଛ ମଡକ କାହିଁକି ହୋଇଛି? ହେଲେ ନଈ କୂଳକୁ ଯାଇ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ହଠାତ୍ କାହିଁକି ଏତେ ମାତ୍ରାରେ ମାଛ ମରିକି ପଡିଲେ ସେନେଇ କାହା ପାଖରେ କିଛି ଉତ୍ତର ନାହିଁ ।
ଗଞ୍ଜାମ ଚିକିଟି ଅଞ୍ଚଳରେ ଥିବା ବାହୁଦା ନଦୀ କୂଳର ଦୃଶ୍ୟ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ହଠାତ୍ ସକାଳୁ ସକାଳୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ କି ନଈ କୂଳରେ ଶହଶହ ସଂଖ୍ୟାରେ ମଲା ମାଛ ଭାସୁଥିବା ବେଳେ ନଈ ଭିତରେ ବି ପ୍ରବଳ ମାତ୍ରାରେ ମାଛ ମରିକି ଭାସୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ଚର୍ଚ୍ଚା ଲାଗିରହିଛି ।
କେବଳ ଏବେ ନୁହେଁ ବରଂ ଗଂଜାମ ପୋଲସରାରୁ ମଧ୍ୟ ସମାନ ଘଟଣା କିଛିଦିନ ପୂର୍ବରୁ ଆସିଥିଲା । ଯାହାକୁ ନେଇ ପୋଖରୀ କୂଳରେ ମୁଣ୍ଡରେ ହାତ ଦେଇ ବସିଥିଲେ ଚାଷୀ । ଏବେ ପୁଣି ୧୫ ଦିନ ପରେ ସମାନ ଘଟଣା ଦେକିବାକୁ ମିଳିଥିବାରୁ ଜାଣିଶୁଣି କେହି ଏମିତି କାଣ୍ଡ ଭିଆଇଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689178657.jpg)