Advertisment

ଦମ୍‌ଦାର ଜୁଗାଡ୍ ! ୱାଗ୍‌ନର ଗାଡ଼ିକୁ ଅଟୋରେ ପରିଣତ କଲେ ଏହି ଯୁବକ

ଇଏ ୱାଗ୍‌ନର ନା ଅଟୋ ? ଦେଖନ୍ତୁ ଭିଡ଼ିଓ...

ଅଦ୍ୟତନ ହୋଇଛି
This WagonR Modified To Look Like An Autorickshaw Will Blow Your Mind

This WagonR Modified To Look Like An Autorickshaw Will Blow Your Mind

Advertisment

ଭାରତ ହେଉଛି ଜୁଗାଡ୍‌ର ଗନ୍ଥାଘର । ଏଠାରେ ଲୋକେ ନିଜ ବୃଦ୍ଧି ବଳରେ ଅନେକ କିଛି ଜୁଗାଡ୍ କରିଥାନ୍ତି । ଯାହା ଲୋକଙ୍କ ଭାବନା ବାହାରେ ଥାଏ । ଠିକ୍ ଏହିପରି ଏକ ବିଚିତ୍ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖିଲେ ହୁଏତ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜଣିବା ଏହି ହାସ୍ୟଜନକ ଭିଡିଓ ବିଷୟରେ ।

Advertisment

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓଟି ବେଶ୍ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତାରେ ଏକ ଲାଲି ରଙ୍ଗର ୱାଗ୍‌ନର ଗାଡ଼ି ଯାଉଛି । ହେଲେ ଆଗରୁ ଦେଖିଲେ ଏହା ଅଟୋ ପରି ଜଣାପଡ଼ୁଛି । ଗାଡ଼ିରେ ବସିଥିବା ଚାଳକ ଜଣକ ଏହି ଗାଡ଼ିକୁ ଚଲାଉଛନ୍ତି । ବାସ୍ତବରେ ଏହି ଗାଡ଼ିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ଏହା ଏକ ୱାଗନର ଗାଡ଼ି ଯାହାକୁ ଜୁଗାଡ୍‌ ମାଧ୍ୟମରେ ଏକ ଅଟୋରେ ପରିବର୍ତ୍ତନ କରାଯାଇଛି ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗାଡ଼ିଟି ପଛରୁ ଦେଖିବାକୁ ଏକ ସାଧାରଣ କାର୍ ପରି ହୋଲେ ସାମ୍ନାରୁ ଦେଖିଲେ ଏହା ଅବିକଳ ଅଟୋ ପରି ଦେଖାଯାଉଛି । ଏହାସହ ଏହି ଭିଡିଓରୁ ଜଣାପଡୁଛି ଯେ, ଏହି ହାଇବ୍ରିଡ୍ର ଅଟୋ-କାର୍‌ରେ ୪ଟି ସିଟ୍‌ ଥିବାବେଳେ ତିନୋଟି ଚକ ରହିଛି ।

Advertisment

ଦେଖନ୍ତୁ ଏହି ଭାଇରାଲ୍‌ ଭିଡ଼ିଓ:-

ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଭିଡିଓଟି ସେୟାର ହୋଇଥିବା ସହ ଏଥିରେ ଲେଖାଯାଇଛି ଯେ, ‘ଏହା କେବଳ ଭାରତରେ ହିଁ ହୋଇପାରିବ’ ।

Advertisment
jugad

ତେବେ ୨୦୨୨ ମାରୁତି ୱାଗନ୍‌ରରେ ଏକାଧିକ ଫିଚର୍ସର ଅପସନ୍‌ ରହିଛି । ଭାରତୀୟ ରାସ୍ତାରେ ସାଧାରଣତ ବ୍ୟବହୃତ କାରଗୁଡିକ ମଧ୍ୟରୁ ୱାଗନ୍‌ର ଅନ୍ୟତମ । କେବଳେ ଏତିକି ନୁହେଁ ଏହାର ସୁଲଭତା ହେତୁ ମଧ୍ୟବିତ୍ତମାନଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ ରହିଛି ।

'Desi Jugad'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ